Jump to content

କଲ୍ଲୋଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଲ୍ଲୋଳ
ଉଚ୍ଚାରଣ: Kalloḻa

ସଂ. ବି. (କଲ୍ଲ ଧାତୁ=ଅବ୍ୟକ୍ତ ଶବ୍ଦ କରିବା+କର୍ତ୍ତୃ. ଓଳ) —

୧: ମହାତରଙ୍ଗ; ଢେଉ — ୧. Billow; high wave.

କଲ୍ଲୋଳେ ହେଉଛି ଆନ୍ଦୋଳ ମହାଦେବ. ମାର୍କଣ୍ଡେୟ ପୁରାଣ

୨: ସମୁଦ୍ର ତରଙ୍ଗଜନିତ ଗର୍ଜନ — ୨. The roaring of the sea (due to waves).

୩: ଆନନ୍ଦ; ହର୍ଷ —୩. Joy; pleasure; delight.

୪: ଶତ୍ରୁ —୪. An enemy.

୫: ଖେଳକୁଦ; କୁଦାକୁଦି; ଖେଳରେ ଦଉଡ଼ାଦଉଡ଼ି — ୫. Gambol; recreation (M.W.)

ସଂ. ବିଣ —

ଶତ୍ରୁଭାବାପନ୍ନ —Hostile; inimical.

ଦେ. ବି —

୧: ଆନନ୍ଦ ଧ୍ଵନି — ୧. Exclamation of joy or delight.

୨: କୋଳାହଳ — ୨. Noise; brawling noise; tumult.

ଦେ. ବିଣ —

୧: ଆନନ୍ଦୋତ୍ଫୁଲ୍ଲ; ହର୍ଷୋତ୍ଫୁଲ୍ଲ; ହର୍ଷଗଦ୍— ଗଦ —୧. Overjoyed; delighted; dancing with joy; elated with joy.

୨: କୋଳାହଳମୟ —୨. Resounding with brawling sound;filled with reverberating sound; tumultuous.