କଲ୍ୟାଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଲ୍ୟାଣ
ଉଚ୍ଚାରଣ: Kalyāṇa

ସଂ. ବି. (କଲ୍ୟ=ସୁସ୍ଥ+ଅଣ୍ ଧାତୁ=ହେବା, ଶବ୍ଦ କରିବା+ କର୍ମ. ଅ) —

୧: ମଙ୍ଗଳ; ଶୁଭ; ହିତ — ୧. Welfare; bliss.

୨: ସୌଭାଗ୍ୟ —୨. Good fortune.

୩: ସୁଖ —୩. Happiness.

୪: ସ୍ବର୍ଣ୍ଣ —୪. Gold.

୫: ସମୃଦ୍ଧି —୫. Prosperity; affluence.

୬: ରାଗିଣୀବିଶେଷ — ୬. Name of an air in Hindu music.

୭: ଉପକାର —୭. Benefit; good offices.

(କଲ୍ୟାଣୀ—ସ୍ତ୍ରୀ)

ସଂ. ବିଣ. —

୧: ଶୁଭଦ; ମଙ୍ଗଳକର; ଶୁଭକର — ୧. Propitious; auspicious.

୨: ସୁସ୍ଥ —୨. Well-off.

୩: ସୁଖୀ —୩. Happy.

୪: ସାଧୁ —୪. Good; honest.

୫: ସମୃଦ୍ଧିମନ୍ତ —୫. Prosperous.

୬: ସୌଭାଗ୍ୟବାନ୍ —୬. Lucky; fortunate.

୭: ଉପକାରଜନକ —୭. Beneficial.

ଦେ. ବି. —

୧: ଶୁଭବାଞ୍ଛା; ହିତକାମନା — ୧. Benediction; good wishes.

୨: ଆଶୀର୍ବାଦ —୨. Blessing.

୩: ବୃଦ୍ଧ ବା ଉଚ୍ଚଜାତୀୟ ବ୍ୟକ୍ତି ନମସ୍କାର କରିବା ଯୁବକ ବା ନିମ୍ନଜାତୀୟ ବ୍ୟକ୍ତିଙ୍କୁ ଲକ୍ଷ୍ୟ କରି ଉଚ୍ଚାରଣ କରିବା ଆଶୀର୍ବଚନ —୩. A word of blessing uttered by a man of higher caste or older age to a man of lower grade while the latter makes obeisance to the former when they meet.

[ଦ୍ର—ଏ ଆଶୀର୍ବଚନର ଅର୍ଥ—ତୁମ୍ଭର କଲ୍ୟାଣ ହେଉ — May you prosper.]