Jump to content

କଳକଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳକଳ
ଉଚ୍ଚାରଣ: Kaḻakaḻa

ସଂ. ବି. (ଧ୍ଵନ୍ୟର୍ଥକ; ତୁଳ. ସଂ. କଳ=ଅବ୍ୟକ୍ତ ମଧୁରଧ୍ଵନି) —

୧: ଅବ୍ୟକ୍ତ ମଧୁରସ୍ବର — ୧. Low sweet tone; murmur.

କଳକଣ୍ଠ କଳକଳକୁ ଶୁଣିଲେ ପ୍ରକାଶେ ପ୍ରିୟ ମନୋରମ ଭଞ୍ଜ. ପ୍ରେମାସୁଧାନିଧି

୨: ଦୂରରୁ ଶ୍ରୁତ ଅସ୍ଫୁଟ ଗମ୍ଭୀର ଶବ୍ଦ — ୨. Low grave noise heard from a distance.

୩: ଜଳସ୍ରୋତର ଶବ୍ଦ —୩. Rippling or gurgling sound produced by water flowing on a rugged surface.

କଳକଳ ତଳତଳ ସରିତ ଜୀବନ ନନ୍ଦକିଶୋର. ନିର୍ଝରଣୀ

୪: ଜନତାର କୋଳାହଳ; ଗୋଳମାଳ —୪. Noise; outcry of a crowd.

୫: ଶାଳ ନିର୍ୟ୍ୟାସ —୫. The oily substance exuded from the Ṡāḻa tree.

ଦେ. ଅ —

୧: ପାଟିରେ ପାଣି ଭର୍ତ୍ତି କରି କୁଳୁକୁଞ୍ଚା କରିବା ଶବ୍ଦ — ୧. The sound of gargling.

୨: ପେଟରେ ଅଜୀର୍ଣ୍ଣ ଦୋଷ ଯୋଗୁଁ ପେଟ ଫୁଟିବା ଶବ୍ଦ ୨. Sound inside the stomach due to indigestion.

୩: କ୍ଷୁଧାଯୋଗୁଁ ପେଟ ମଧ୍ୟରେ ହେବା କଅଁ କଅଁ ଶବ୍ଦ — ୩. Sound inside the stomach due to extreme hunger.

୪: (ସଂ. ବବଳ) ଗର୍ଭାବସ୍ଥାରେ ଗର୍ଭଣୀର ବହୁଥର ପାଟିରେ ଛେପ ଜନ୍ମିବା —୪. Excessive salivation a pregnamt woman.

(ଯଥା—ତା ପାଟିରେ ଛେପ କଳକଳ ହଉଛି; ସେ କଳକଳ କରି କେତେ ଛେପ କାଢୁଛି)