କଳପ
କଳପ —
ଉଚ୍ଚାରଣ: Kaḻapa
কলপ
कलफ
ବୈଦେ. ବି. (ଆ. କଲଫ୍=ମଣ୍ଡ; ତଳୁ. ସଂ. କଳ୍ପ=ରଚନା) —
୧: ଧୋବାମାନେ ଲୁଗାରେ ଯେଉଁ ମଣ୍ଡ ଦିଅନ୍ତି — ୧. Starch or paste laid by washermen on washed clothes.
[ ଦ୍ର—ଧୋବାମାନେ ଲୁଗା କାଚିସାରି ଭାତ ବା ଆରାରୁଟର ଖୁବ୍ ପତଳା ମଣ୍ଡକୁ ଲୁଗା ଉପରେ ବୋଳି ଦିଅନ୍ତି ଏପରି କଲେ ଲୁଗାର ଉପର ଚିକ୍କଣ ଓ ଟାଣୁଆ ହୁଏ ଏହି ମଣ୍ଡରେ ନେଳି ମିଶାଇ ଧୋବାମାନେ ଲୁଗାକୁ ନେଳିଆ କରନ୍ତି; ନେଳିଆ ଲୁଗାରେ ସହଜରେ ମଳି ଧରା ପଡ଼େ ନାହିଁ]
୨: ପାଚିଲା ବାଳକୁ କଳା କରିବା ପାଇଁ ତହିଁରେ ବୋଳା— ଯିବା ରଙ୍ଗବିଶେଷ —୨. A paint for making grey hair turn black.
ଦେ. (ପ୍ରଚୀନ ପଦ୍ୟ) ବି —
୧: (ସଂ. କଳାପ)—ସମୂହ — ୧. Collection.
ବଳ ସାଜିକି ମେଘ କଳପେ ଭଞ୍ଜ. ବୈଦେହୀଶବିଳାସ
୨: (ସଂ. କଳ୍ପ)—ବହୁୟୁଗ; କଳ୍ପ — ୨. Indifinite age; an age.
ବ୍ରହ୍ମାଙ୍କ ଦିନକୁ ତ କଳପ ବୋଲନ୍ତି କୃଷ୍ଣସିଂହ. ମହାଭାରତ, ସଭା
୩: (ୟାହାଦ୍ବାରା ମନୁଷ୍ୟ କଳ୍ପଜୀବୀ ହୁଏ) ଅଜର ଅମର ହେବାର ଔଷଧ ବା ବୁଟୀ —୩. A herb used for making people invulnerable against old age and death.
ହରି ବୋଇଲେ ତୁ କଳପ କର ଖାଇଲେ ହୋଇବୁ ଅଜରାମର ପ୍ରାଚୀ. ପରଚେଗୀତା