କଳମ
ଦେଖଣା
କଳମ —
ଉଚ୍ଚାରଣ: Kaḻama
ସଂ. ପର୍ୟ୍ୟୟ—
କଳମ୍ବ, କଳମ୍ବୀ,
ଶତପର୍ବା, କଳମ୍ବିକା
কলমিশাগ, কলমশাগ
करमि, करेम्वु, कलमि
ତେ. ତୁତିକୁରା
ତା. କୋଇଲାଙ୍ଗୁ
কলম
नरकट
ସଂ. ବି. (କଳ ଧାତୁ+କର୍ମ. ଅମ) —
୧: ହେମନ୍ତ ଧାନ୍ୟ; ଶାରଦ ଧାନ୍ୟ — ୧. Winter paddy.
୨: (+କର୍ତ୍ତୃ. ଅମ)—ଚୌର —୨. Thief.
୩: ଧୂର୍ତ୍ତ ବ୍ୟକ୍ତି; ଠକ —୩. A cheat.
ଦେ. ବି.
୧: (ସଂ. କଳମ୍ବ, କଳମ୍ବୀ)— ଜଳଜାତ ଖାଦ୍ୟ ଶାକଲତା ବିଶେଷ — ୧. An aquatic creeper cooked for food; Ipomoea Reptans; Ipomoea aquatica.
[ଦ୍ର—ଏହା ପାଣିକୂଳରେ ମାଡ଼େ; ମାତ୍ର ଏଥିର ଚେର ପାଣି ଉପରେ ଭାସେ]
୨: (ସଂ. କଳମ୍ବ, କଡ଼ମ୍ବ) ଏକ ଜାତୀୟ ଲତା; ୟହିଁର କାଣ୍ଡ ଖଣ୍ଡ କଲମ ସ୍ବରୂପ ବ୍ୟବହୃତ ହୁଏ — ୧. A kind of firm-stemmed reed the stems of which pens are made; phrag mites Communis.