କଳଶା
ଦେଖଣା
କଳଶା —
ଉଚ୍ଚାରଣ: Kaḻaṡā
कलासी
ଦେ. ବି —
୧: ପରସ୍ପର ସହିତ ଜୋଡ଼ ଲଗାଯିବା ଦୁଇ ପଟାର ଦାଢ଼ରେ ଲମ୍ବ ହୋଇ ହତିଆରରେ ଖୋଳାଯିବା ଖାଲ — ୨. Long grooves cut on the edge of two planks intended to fit into each other tightly.
୨: ଯୋଡ଼ା ହେବାପଟାମାନଙ୍କୁ ନିବୁଜ୍ କରି ଯୋଡ଼ିବା ନିମନ୍ତେ ଦୁଇଫାଳର ବିପରୀତ ଦାଢ଼କୁ କଳଶିବା ପାଇଁ ବଢେଇଙ୍କ ଦ୍ବାରା ବ୍ୟବହୃତ ଛୋଟ ନିହଣ; ଢାଗୀ —୨. A small chisel used by carpenters to make groovers on the edge of planks intended to fit into each other tightly.
୩: ସଙ୍ଗୀତର ରାଗବିଶେଷ —୩. Name of a musical strain.
ଦେଶଭାଷା କଳଶା ବାଣୀରେ କରି ଗୀତ—ପ୍ରାଚୀ ଶିବସ୍ବରୋଦୟ
[ଦ୍ର—ଏଥିର ପ୍ରତ୍ଯେକ ପାଦରେ ୧୪: ଅକ୍ଷର ଥାଏ; ୮: ମ ଅକ୍ଷର ଓ ଶେଷ ଅକ୍ଷର ଉପରେ ୟତିପାତ ହୁଏ]