କଳାଚିତି
ଦେଖଣା
କଳାଚିତି —
ଉଚ୍ଚାରଣ: Kaḻachiti
(ଧଳାଚିତି—ବିପରୀତ)
ଦେ. ବି. (ସଂ. କାଳ+ଚିତ୍ର) —
୧: ପାଣିକଷ ହେଉଥିବା ଅବସ୍ଥାରେ ଗାମୁଛାରେ ଦେଖାଯିବା କୃଷ୍ଣବର୍ଣ୍ଣର ମନ୍ଦାମନ୍ଦା ଦାଗ —୧. Black spots and patches appearing on napkins while being seasoned in water.
[ଦ୍ର—ଗାମୁଛାକୁ ପଚାଇବା ପାଇଁ ପାଣି, ତୋଡ଼ାଣି, ସପୁରିରସ, ପଇଡ଼ ପାଣି, ସୋରିଷ ତେଲ ଆଦି ଉପଯୁକ୍ତ ସମୟ ଉଣ୍ତି ବ୍ୟବହାର କରିବାକୁ ହିଏ ପାଗଯୋଗର କିଛି ବ୍ୟତିକ୍ରମ ଘଟିଲେ(ଯଥା— ଗାମୁଛାରେ ନଡ଼ିଆ ତେଲ ଲାଗିଗଲେ) ଉକ୍ତ ପାଣିକଷ ହେଉଥିବା ଗାମୁଛାରେ ମନ୍ଦାମନ୍ଦା କଳା ଓ ଧଳା ଦାଗ ଦେଖାଯାଏ]
୨: ଏକପ୍ରକାର ଚିତି ସାପ — ୨. A kind of snake.