Jump to content

କଳାତୁଳସୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳାତୁଳସୀ
ଉଚ୍ଚାରଣ: Kaḻātuḻasī
ସଂ. ପର୍ୟ୍ୟୟ—ଅଜକ; କୃଷ୍ଣତୁଳସୀ; ମଞ୍ଜକ; ଭାରତୀ; ଭୁଲକ; ଦିବ୍ୟା; କୃଷ୍ଣମୂଳ তলসী; কাতুলসী कलातुलसी; तुलसीबरगडा; बरगडा ତେ. ତୁଳସୀ; ଗଗେଗରଚଟ୍ଟୁ ଗୁ. ତୁଳସୀ ମ. ତୁଳସୀ, ତୁଳସ ଫା. ରେହାନ୍ ଆ. ଉଲ୍ସୀବଦ୍ ରୁତ୍

ଦେ. ବି (ସଂ. କାଳ+ତୁଳସୀ) —

କୃଷ୍ଣଦଳବିଶିଷ୍ଟ ତୁଳସୀ ବୃକ୍ଷ ଓ ତାହାର ଦଳ ବା ପତ୍ର (ତୁଳସୀ ଦେଖ) —Holy Basil with black leaves; Ocymum Sanctum.

[ଦ୍ର—ଏ ଗୁଳ୍ମକୁ ହିନ୍ଦୁମାନେ ବଗିଚାରେ ଓ ତୁଳସୀଚଉରାରେ ଲଗାନ୍ତି ଏଥିରେ ପତ୍ରରେ ବିଷ୍ଣଙ୍କର ପୂଜା ହୁଏ ଏହାର ଫୁଲ ଆରକ୍ତ, ଡାଙ୍ଗ କୃଷ୍ଣରକ୍ତ ଓ ପତ୍ର ସୁଗନ୍ଧ ଏଥିର ଫୁଲମାନ ଗୋଟିଏ ଡାଙ୍ଗରେ ଲାଗିଥାଏ, ଫୁଲଲଗା ବୃନ୍ତକୁ ଜଟା କହନ୍ତି ଏଥିର ପତ୍ର ମଧ୍ୟ ଔଷଧରେ ଲାଗେ ଧଳା ତୁଳସୀର ପତ୍ର, ଡାଙ୍ଗ ଓ ଫୁଲ ସାଗୁଆବର୍ଣ୍ଣ]