କଳାଦାନା
ଦେଖଣା
କଳାଦାନା —
ଉଚ୍ଚାରଣ: Kaḻādānā
ସଂ. ପର୍ୟ୍ୟାୟ—ଶ୍ୟାମଳବୀଜ,
ଶ୍ୟାମବୀଜ; ସୁମେଚକ
কালাদানা
कालादाना
ଆ. ହୁବ୍ବୁଲ୍ନୀଲ୍
ଦେ. ବି —
ଔଷଧରେ ବ୍ୟବହୃତ ଏକପ୍ରକାର କଳା ବୀଜ — Pharbitis Nil; the seeds of the creeper Ipomœa Hederacea.
[ଦ୍ର—ଏହା ରେଚକ ଏବଂ ଶୋଥ, ଉଦରୀ, ଜ୍ବର, ମଳବନ୍ଧତା, ଶିରୋରୋଗ, ଉଦାବର୍ତ୍ତ ଓ ଆନାହ ରୋଗରେ ହିତକର; ଏ ଲତା ନୀଳ କଳମ୍ବୀ ଆଦି ବର୍ଗର ବର୍ଷାୟୁଃ ଶାକ ଏହାର କାଣ୍ତ ଲୋମଶ, ଏହାର ଫୁଲ ଝଡ଼ି ପଡ଼ିଲେ ତହିଁର ଭୃଣ୍ତିରୁ କଳାକଳା ଦାନା ବାହାରେ ଏ ଲତାର ଅଠା ମଧ୍ୟ ଔଷଧରେ ଲାଗେ]