କଳାପାଣି
କଳାପାଣି —
ଉଚ୍ଚାରଣ: Kaḻāpāṇi
কালাপানি
कालापानी
ଦେ. ବି. (ହି. କାଳ+ପାନୀୟ) —
୧: କୃଷ୍ଣବର୍ଣ୍ଣ ଜଳୀୟ ପଦାର୍ଥ —୧. Black liquid.
ଛି! ଛି! ଛି! ଖାଇବି ନାହିଁଲୋ କଳାପାଣି ପରି ଦିଶେ ଏ କଳାପାଣିରୁ ମୁନ୍ଦିଏ ପଡ଼ିଲେ ଚଉଦଭୂବନ ଦିଶେ ତାଡ଼ିପିଆ ଘୁମୁରା ଗୀତ
୨: ଉପକୂଳଠାରୁ ଦୂରରେ ଥିବା ସମୁଦ୍ରର ଗଭୀର ଅଂଶ; ମଝିଦରିଆ (ଏହାଗଭିରତା ଯୋଗୁଁ କଳା ଦେଖା ଯିବାରୁ) —୨. Deep ocean; mid-ocean.
୩: ଆଣ୍ଡାମାନ୍, ନିକୋବର ଆଦି ଦ୍ବୀପପୁଞ୍ଜ — ୩. The Andamans (archipelago).
[ଦ୍ର—ଆଣ୍ଡାମାନ, ଦ୍ବୀପପୁଞ୍ଜର ଚାରିପାଖେ ଥିବା ଜଳ ଅତି ଗଭୀର ଥିବାରୁ ପାଣି କଳା ଦେଖାଯାଏ; ଏଥିପାଇଁ ଏହି ନାମ ]
୪: ଗୁରୁତର ଅପରାଧୀଙ୍କ ପ୍ରତି ପ୍ରଦତ୍ତ ଆଣ୍ଡାମାନକୁ ପଠା— ଯିବାରୂପ ଦ୍ବୀପାନ୍ତର ଦଣ୍ଡ —୪. Exile or transportation to the Andamans (awarded as a punishment in India.
[ଦ୍ର—ଇଂରାଜଙ୍କର ଭାରତବର୍ଷ ଅଧିକାର କରିବା କାଳରୁ ଦ୍ବୀପାନ୍ତରଦଣ୍ଡରେ ଦଣ୍ଡିତ ଅପରାଧିଙ୍କୁ ଆଣ୍ଡାମାନ୍କୁ ପଠାଯାଏ ]