Jump to content

କଳାପାହାଡ଼

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳାପାହାଡ଼
ଉଚ୍ଚାରଣ: Kaḻāpāhāṟḍ̠a
কালাপাহাড় कालापाहाड़

ଦେ. ବି (ନାମ) —

ବଙ୍ଗ ସୁଲତାନଙ୍କ ସେନାପତି —

[ଦ୍ର—ଏ ଜନ୍ମତଃ ହିନ୍ଦୁ ଥିଲେ ପରେ ବଙ୍ଗ ନବାବଙ୍କ କନ୍ୟାର ପ୍ରେମରେ ପଡ଼ି ମୁସଲମାନ ଧର୍ମରେ ଦିକ୍ଷିତ ହେଲେ, ତତ୍ପରେ ହିନ୍ଧୁଧର୍ମ ଓ ଦେବଦେବିଙ୍କର ଅବମାନନା କରିବା ଏହାଙ୍କ ଜୀବନର ବ୍ରତ ହେଲା ବଙ୍ଗ ନବାବ (ଦାଉଦ୍) ଉତ୍କଳରେ ଅନ୍ତର୍ବିବାଦର ସୁଯୋଗ ପାଇ ଉତ୍କଳ ଅଧିକାର କରିବା ସକାସେ ଏହାକୁ ପଠାଇଥିଲେ ଏ ୧୫୬୮: ଖ୍ରୀଷ୍ଠାଦ୍ଦରେ ୟାଜପୁର ଅବରୋଧ କରି ତାହା ଅଧୀକାର କଲେ ସେଠାରୁ କଟକ ଆସି ବାରବାଟୀ ଦୁର୍ଗ ଅବରୋଧ କଲେ ତାହା ଅଧିକାର କରି ସାରି ଉତ୍କଳବିଜୟ ସଂପୁର୍ଣ୍ଣ କରିବା ସକାଶେ ଏ ଭୁବନେଶ୍ବର ଓ ପୁରୀ ଆକ୍ରମଣ କଲେ ଓ ଭୁବନେଶ୍ବରରେ ବହୁ ମନ୍ଦିର ଓ ପ୍ରତ୍ତିମୂର୍ତ୍ତୀ ଭାଙ୍ଗି ଦେଲେ ପୁରିର ପଣ୍ଡାମାନେ ଏହାଙ୍କ ପାଶବିକ ଅତ୍ୟାଚାରର ସଂବାଦ ପାଇ ଶ୍ରୀଜଗନ୍ନାଥଦେବଙ୍କୁ ଚିଲିକା ମଦ୍ଧ୍ୟସ୍ଥ ପାରିକୁଦରେ ଲୁଚାଇ ରଖିଲେ କଳାପାହାଡ଼ ପୁରୀରେ ବହୁବିଧ ଅତ୍ୟାଚାର କରି ସାରି ଜଗନ୍ନାଥଙ୍କ ଅନ୍ବେଷଣରେ ଗଲେ ସେ କୈଣସିମତେ ଶ୍ରୀବିଗ୍ରହକୁ ପାଇ ମହା ଉଲ୍ଲାସରେ ତାହାଙ୍କୁ ଗଙ୍ଗାକୂଳକୁ ନେଇ ସେଠାରେ ଜ୍ବଳନ୍ତ ଚିତାରେ ନିକ୍ଷେପ କଲେ ଏତିକିରେ ଶାନ୍ତ ନ ହୋଇ କଳାପାହାଡ଼ ପୁଣି କୋଣାର୍କ ୟାତ୍ରା କରି ମନ୍ଦିରର ଦେବ— ଦେବୀ ଓ ରାମଚଣ୍ଡୀ ମନ୍ଦୀର ପ୍ରଭୁତି ଭାଙ୍ଗି ଛାରଖାର କରି ଦେଇଥିଲେ ଏ ଉତ୍କଳର ଯେ ଅନିଷ୍ଠ ସାଧନ କରିଛନ୍ତି ତାହା କାଳେ କାଳେ ପୂରଣ ହୋଇ ପାରିବ ନାହିଁ କଳାପାହାଡ଼ଙ୍କ ବିଷୟ ଓଡ଼ିଶାର ଜନମୁଖରେ ଏପର୍ଯ୍ୟନ୍ତ ପ୍ରବାହରୁପେ ରହିଅଛି— ଅଇଲା କଳାପାହାଡ, ଭାଙ୍ଗିଲା ଲୁହାର ବାଡ଼, ପିଇଲା ମହାନଦୀ ପାଣି, ସୁବର୍ଣ୍ଣ ଥାଳିରେ ହେଡ଼ା ପରଶିଲେ ମୁକୁନ୍ଦଦେବଙ୍କ ରାଣୀ ସେ ସମୟରେ ମୁକୁନ୍ଦଦେବ ନାମରେ ଜଣେ ରାଜା ଓଡ଼ିଶାରେ ରାଜପଣ କରୁଥିଲେ ଏ ମଧ୍ୟ ବଙ୍ଗଦେଶର ଅନେକ ଦେବମନ୍ଦିର ଓ ଦେବଦେବୀଙ୍କୁ ନଷ୍ଠ କରିଥିଲେ କୃପାସିନ୍ଧୁ—ଇତିହାସ]