Jump to content

କଳାବତୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳାବତୀ
ଉଚ୍ଚାରଣ: Kaḻābatī

ସଂ. ବିଣ. ସ୍ତ୍ରୀ. (କଳାବତ୍+ସ୍ତ୍ରୀ. ଈ) —

୧: କଳାବିଦ୍ୟାରେ କୁଶଳା (ସ୍ତ୍ରୀ) — ୧. (a female) Versed in the fine arts.

ସୁକୁମାର କଳା ସଙ୍ଗେ ଶସ୍ତ୍ରବିଦ୍ୟା ଶିଖିଥିଲା କଳାବତୀ ରାଧାନାଥ. ୟୟାତି

୨: ରସିକା; ଛଇଳୀ — ୨. Jovial; amorous; witty (female).

୩: ତୁମ୍ଭୁରୁ ଗନ୍ଧର୍ବଙ୍କ ବୀଣା — ୩. Name of the harp of Tumburu Gandharba.

୪: ଲକ୍ଷଣଯୁକ୍ତା (ସ୍ତ୍ରୀ); ସୁଲକ୍ଷଣା — ୪. Very graceful or charming (Woman)

୫: (ନାମ) କାନ୍ୟକୁବ୍ଳ ରାଜକନ୍ୟା ରାଜା ବୃଷଭାନୁଙ୍କ ପତ୍ନୀ (ଏହାଙ୍କ ଗର୍ଭରେ ରାଧିକା ଜନ୍ମ ଗ୍ରହଣ କରିଥିଲେ) — ୫. Name of the wife of king Brushabhānu and mother of Rādhikā

ଦେ. ବି. ସ୍ତ୍ରୀ —

୧: ବେଶ୍ୟା — ୧. A prostitute.

୨: ନର୍ତ୍ତକୀ —୨. A dancing girl.

(ଅଶ୍ବିନୀ—'ମାଷ୍ଟରବାବୁ' ନାଟକ)

୩: ନୀଳଶାଢ଼ୀ —୩. Blue cloth for female wear.

୪: ଜଣେ ଅସ୍ପରା (ନାମ) — ୪. Name of a heavenly nymph.

ବାସଅଙ୍ଗୀରେ ଆଲିଙ୍ଗନ; ବିଚିତ୍ର କଳାବତୀ ଘେନ ଭଞ୍ଜ. ବୈଦେହୀଶବିଳାସ