କଳାମାଣିକ
ଦେଖଣା
କଳାମାଣିକ —
ଉଚ୍ଚାରଣ: Kaḻāmāṇika
কালামানিক
कलामाणिक
ଦେ. ବି. (ସଂ. କାଳ+ ମାଣିକ) —
୧: କୃଷ୍ଣ — ୧. Ṡrīkṛushṇa
୨: ୟଶୋଦାଙ୍କର ଶ୍ରୀକୃଷ୍ଣଙ୍କ ପ୍ରତି ବାତ୍ସଲ୍ୟ ସଂବୋଧନ —One of the names by which J̄aṡodā was fondling Ṡrīkṛushṇa
ନିଧନଶଙ୍ଖାଳି ତୁ ମୋ ଦରିଦ୍ରପସରା ଅନ୍ଧଲଉଡ଼ଡି ବାବୁରେ ହୃଦରତ୍ନହାରା କଳାମାଣିକରେ ଅଭିମନ୍ୟୁ ବିଦଗ୍ଧଚିନ୍ତାମଣି
[ଦ୍ର—ମାଣିକ ଶୁକ୍ଳ ଓ ଉଜ୍ଜ୍ବଳ, କିନ୍ତୁ ଶ୍ରୀକୃଷ୍ଣଙ୍କ ବର୍ଣ୍ଣ କଳା ଥିବାରୁ ତାଙ୍କୁ ବାତ୍ସଲ୍ୟରେ ଏ ସମ୍ବୋଧନ କରା ଯାଇଅଛି; ପ୍ରିୟ ଶିଶୁ ପ୍ରତି ବାତ୍ସଲ୍ୟ ସଂବୋଧନରେ ଏ ଶବ୍ଦ ପ୍ରୟୁଜ୍ୟ ହୁଏ]
ପ୍ରାଦେ. (ଗଞାମ) ବି. (ବୈଦିକ) —
କ୍ଷିରସମୁଦ୍ର ଗୁଳ୍ମ (ଦେଖ) Kshirasamudra plant (See)