Jump to content

କଳିକତରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳିକତରା
ଉଚ୍ଚାରଣ: Kaḻikatarā
উচ্ চিমিড়া, উচ্চিংড়া फडिङ्गा

ଦେ. ବି —

୧: ମାଟିରେ ଗାତ କରି ପଙ୍କ ଭିତରେ ରହୁ— ଥିବା କ୍ଷୁଦ୍ର ପକ୍ଷଯୁକ୍ତ ଏକ ଜାତୀୟ ପୋକ — ୧. An insect which bores into the ground; Mole cricket; Gryllotalpa Vulgaris.

କଳିକତରା କୀଟ ପଙ୍କେ, ନିର୍ମଳ ରହେ ଅକଳଙ୍କେ ଭୂପତି. ପ୍ରେମପଞ୍ଚାମୃତ

[ଦ୍ର—ଲୋକ ବିଶ୍ବାସ ଯେ ସକାଳୁ ଉଠି କଳିକତରା ପୋକକୁ ଚାହିଁବା ବ୍ୟକ୍ତିର ସେହି ଦିନ ମଧ୍ୟରେ କାହା ସଙ୍ଗେ ହେଲେ କଳି ଲାଗେ]

୨: ପୁଂ—କଳହପ୍ରିୟ ବ୍ୟକ୍ତି; କଳିହୁଡ଼ା ବ୍ୟକ୍ତି — ୨. Quarrelsome person.

(କଳିକତରା—ସ୍ତ୍ରୀ)

ଦେ. ବିଣ. ପୁଂ —

୧: କଳିହୁଡ଼ା (ବ୍ୟକ୍ତି); କଳହା — ୧. Quarrelsome (person)

୨: କଳହ ଉତ୍ପାଦକ (ବ୍ୟକ୍ତି) — ୨. Bringing about a quarrel.