କଳିବା
କଳିବା —
ଉଚ୍ଚାରଣ: Kaḻibā
কলনাকরা
अटकलना
ଦେ. କ୍ରି. (ସଂ. କଳ ଧାତୁ=ଗଣନା କରିବା) —
୧: କଳନା କରିବା; ଗଣନା କରିବା; ଇୟତ୍ତା କରିବା — ୧. To count; to calculate.
୨: ମାପିବା; କଣ୍ଟିବା — ୨. To measure; to fathom.
ଏକ ପରେ ଏକ ଶିଖା ତୋଳି କଳନ୍ତି କି ଗଗନର ସୀମା —ରାଧାନାଥ. ମହାୟାତ୍ରା
୩: ତଦନ୍ତ ଦ୍ବାରା ଦେଶର ଓ ଶତ୍ରୁ ସୈନ୍ୟମାନଙ୍କର ଅବସ୍ଥା ଠିକଣା କରିବା; ଉଣ୍ଡିବା —୩. To reconnoitre.
୪: ଗଭୀରତା ଆଦି ସ୍ଥିର କରିବାପାଇଁ ଅଙ୍ଗାଦି ଦ୍ବାରା ଦରାଣ୍ଡିବା —୪. To feel; to sound.
୫: କଳି କରିବା —୫. To quarrel.
୬: ମାତିଉଠିବା; ପ୍ରବଳ ହେବା — ୬. To rise up; to be infatuated.
କୀଚକ ବଧ ଶୁଣିଣ କଳିଲେ ବଇରି—ସାରଳା.ମହାଭାରତ
୭: ପରୀକ୍ଷା କରିବା; ବିଡ଼ିବା — ୭. To test; to examine.
ମାର ପାଳି ମଜ୍ଜାବଳ ରାଜି କରିବାକୁ—କବିସୂର୍ଯ୍ୟ ସଙ୍ଗୀତ
୮: ଅନୁମାନରେ ଜାଣିବା; ଠଉରେଇବା — ୮. To guess.
କାହୁଁ ଆସୁଅଛି ସେ ବିକଳଧ୍ଵନି କେହି ନ ପାରିଲେ କଳି —ରାଧାନାଥ. ପାର୍ବତୀ
୯: ଅନୁମାନ ଦ୍ବାରା ସିନ୍ଧାନ୍ତ କରିବା; ଅ଼ଟକଳ କରିବା — ୯. To estimate; to ascertain by guess.
ହଠେ ପୂରି ଅଭିଳାଷ, ହେବାରୁ ମୁଁ ପୁଣି ତୋଷ, କବିରବ ରାୟଗୁରୁ କଳିଲା ରେ କବିସୂର୍ଯ୍ୟ. ସଙ୍ଗୀତ