କଳି ଧରିବା
ଦେଖଣା
କଳି ଧରିବା —
ଉଚ୍ଚାରଣ: Kaḻi dharibā
ଦେ. କ୍ରି. (ସଂ. କବଳ+ଧୃ ଧାତୁ) —
ରୋଗବେଳେ ଗୋରୁଙ୍କୁ ଔଷଧ ଖୁଆଇବା ପାଇଁ ସେମାନଙ୍କ ପାଟି ଭିତରେ ହାତ ପୂରାଇ ପାଟି ମେଲା କରି ଧରିବା — To hold the mouth of a cow or bullock after opening it for administering doses of medicine.
[ଦ୍ର—ରୋଗାକ୍ରାନ୍ତ ଗୋରୁକୁ ଔଷଧ ଖୁଆଇବା ପାଇଁ ତାକୁ ଭୁଇଁରେ ପକାଇଦେଇ ଲୋକେ ମାଡ଼ିବସନ୍ତି ଜଣେ ଲୋକ ଦୁଇ ହାତରେ ତା ଶିଂଘକୁ ମାଡ଼ିବସେ; ଆଉ ଜଣେ ଲୋକ ଗୋରୁର ପାଟି ଭିତରେ ହାତ ପୂରାଇ ପାଟିକୁ ମେଲା କରି ଧରେ ତତ୍ପରେ ଗୋରୁର ପାଟିରେ ଗୋ଼ଟିଏ ସରୁଆ ବାଉଁଶନଳ ସାହାର୍ୟ୍ୟରେ ଔଷଧ ଢ଼ାଳି ଦିଆଯାଏ]