Jump to content

କଳ୍ପିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳ୍ପିବା
ଉଚ୍ଚାରଣ: Kaḻpibā
কল্পা कलप

ଦେ. କ୍ରି. (ପଦ୍ୟ) (ସଂ. କଳ୍ପ ଧାତୁ) —

୧: ରଚନା କରିବା — ୧. To arrange; to compose.

୨: ଅନୁମାନ ବା କଳ୍ପନାଦ୍ବାରା ପ୍ରତିଷ୍ଠା କରିବା — ୨. To set up a thing by imagination; to devise.

୩: କଳ୍ପନା କରିବା (ଦେଖ) ୩. Kaḻpanā karibā (See)

୪: ଆକାଙକ୍ଷା କରିବା —୪. To desire; to wish.

ମୋହ ନିମିତ୍ତେ ଭିକ୍ଷା ଅନ୍ନ, ବହୁତ କଳ୍ପେ ତାର ମନ ଜଗନ୍ନାଥ. ଭାଗବତ

୫: ନିର୍ମାଣ କରିବା —୫. To build; to construct.

ବାର ମଧ୍ଯେ ପୁର ସୁର ଶିଳ୍ପୀ ଯେ. ବାରସ୍ପିତି ଲକ୍ଷ କରି କଳ୍ପି ଯେ ଭଞ୍ଜ. ବୈଦେହୀଶବିଳାସ

୬: ତୁଳନା କରିବା —୬. To compare.

ଏଣୁ କଳ୍ପନ୍ତି ସାଧୁଜନ, ମଳଯେ ଯେସନେ ଚନ୍ଦନ ଜଗନ୍ନାଥ. ଭାଗବତ

୭: ମନରେ ସ୍ଥିର କରିବା — ୭. To settle; to resolve.

କୃଷ୍ଣ ବିଷଯେ ଦୃଢ଼ ମନ, କଳ୍ପିଲା ଉତ୍ତରା ନନ୍ଦନ ଜଗନ୍ନାଥ. ଭାଗବତ

୮: ଜନ୍ମ କରିବା; ସନ୍ତାନ ଉତ୍ପାଦନ କରିବା — ୮. To beget.

ତାହାଙ୍କ ଗଭେ ଋଷିଗଣ, କଳ୍ପବେ ବହୁତ ସନ୍ତାନ ଜଗନ୍ନାଥ. ଭାଗବତ

୯: ଚିନ୍ତା କରିବା —୯. To think.

ଏମନ୍ତ ଚିତ୍ତେ କଳ୍ପ ତୁହି, ଶୁଣ କହଇ ତାହା ମୁହିଁ ଜଗନ୍ନାଥ. ଭାଗବତ