Jump to content

କଳ୍ମଷ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳ୍ମଷ
ଉଚ୍ଚାରଣ: Kaḻmasha

ସଂ. ବି. (କଳ+ମଷ ଧାତୁ= ହାନି କରିବା+କର୍ତ୍ତୃ. ଅ; କିମ୍ବା କର୍ମ+ସୋ ଧାତୁ=ନାଶ କରିବା+କର୍ତ୍ତୃ. ଅ; ୟାହା ପୁଣ୍ୟକର୍ମକୁ ନାଶ କରେ) —

୧: କଳୁଷ; ପାପ — ୧. Sin; guilt.

୨: କାଣ୍ଟି —୨. Dregs; sediment (M.W.)

୩: ନରକର ଅଂଶବିଶେଷ — ୩. A division of Hell.

୪: ପାପଚିନ୍ତା —୪. Sinful thoughts.

୫: ମଇଳା —୫. Dirt; filth.

୬: କଳଙ୍କ —୬. Taint; stain.

୭: ଦୋଷ —୭. Fault; defect.

୮: କଚଟିର ତଳେ ଥିବା ହାତର ଅଂଶ — ୮. The part of the hand below the wrist (M.W.)

ସଂ. ବିଣ. —

୧: ମଳିନ —୧. Dirty.

୨: ପାପୀ —୨. Sinful.

୩: କଳଙ୍କିତ —୩. Tainted; stained.

୪: ଦୁଷ୍ଟ ଖଳ —୪. Wicked.

ଦେ. ବି —

ସାମାନ୍ୟ ଦୋଷ — Slight fault; blemish.

(ଯଥା—ମୋ ରୋଗ ସମ୍ପୁର୍ଣ୍ଣ ଭଲ ହୋଇ ନାହିଁ, ଟିକିଏ କଳ୍ମଷ ରହି ଯାଇଅଛି)