କଶେରୁ
ଦେଖଣା
କଶେରୁ —
ଉଚ୍ଚାରଣ: Kaṡeru
ସଂ. ବି. (କ=ଜଳ; ବାୟୁ+ଶୃ ଧାତୁ=ହିଂସା କରିବା+ କର୍ତ୍ତୃ. ଉ) —
୧: ପୃଷ୍ଠାସ୍ଥି; ମେରୁହାଡ଼; ମେରୁଦଣ୍ଡ଼ — ୧. Backbone; Vertebra.
୨: କେଶୁରନାମକ ତୃଣବିଶେଷ — ୨. A kind of grass; Scirpus Kysoor.
[ଦ୍ର—ଏହା ମୁସ୍ତାଦି ବର୍ଗର ତୃଣବିଶେଷ; ବଡ଼ ଡ଼ାଙ୍ଗ ପରି ଗୁଳ୍ମ ଏହାର ପତ୍ର ଗଛର ମୂଳରେ ହୁଏ ଏହା ବର୍ଷାଦିନେ ଭୂଇଁରୁ ଗଜା ମାରେ ଏହାର ମୂଳ ତଳେ ଯେଉଁ ଦୋଳକ ବା କନ୍ଧ ହୁଏ ତାକୁ ଲୋକେ ଖାଆନ୍ତି କେହି କେହି ଏହାକୁ କୈବର୍ତ୍ତ ମୁସ୍ତକ (କେଉଟିଆ ମୁଥା) କହନ୍ତି]
୩: ଜମ୍ବୁଦ୍ବୀପ (ପ୍ରାଚୀନ ଭାରତବର୍ଷ)ର ନଅ ଭାଗର ଏକତମ — ୩. One of the nine divisions of ancient India.