କଶ୍ଯପ
କଶ୍ୟପ —
ଉଚ୍ଚାରଣ: Kaṡyapa
ସଂ. ବି. (କଶ୍ୟ=ମଦ୍ୟ+ପା ଧାତୁ=ପିଇବା+କର୍ତ୍ତୃ. ଅ) —
୧: ମୁନିବିଶେଷ —୧. Name of a mythical saga.
କଶ୍ୟପ ବୋଇଲେ ମୁଁ କାଶ ଫୁଲ ବର୍ଣ୍ଣ, ହେବାରୁ କଶ୍ୟପଟି ମୋର ନାମ ଘେନ କୃଷ୍ଣସିଂହ. ମହାଭାରତ. ଅନୂଶାସନ ପର୍ବ
[ଦ୍ର—ଏ ମରୀଚିଙ୍କ ପୁତ୍ର ଥିଲେ ଏ ଅଦିତିଙ୍କୁ ଓ ଦକ୍ଷପ୍ରଜା— ପତିଙ୍କର ଅନ୍ୟ ୧୨:ଟି କନ୍ୟାଙ୍କୁ ବିବାହ କରିଥିଲେ ଅଦିତିଙ୍କ ଗର୍ଭରେ ଏହାଙ୍କ ଠାରୁ ଆଦିତ୍ୟ; ବିବସ୍ବାନ୍ ଓ ବାମନ ଜନ୍ମିଥିଲେ, ଓ ଅନ୍ୟ ୧୨: ଜଣ ପତ୍ନୀଙ୍କ ଗର୍ଭରୁ ଦୈତ୍ୟ, ନାଗ, ସରୀସୃପ, ପକ୍ଷୀ ଓ ଅନ୍ୟ ଜୀବମାନେ ଜନ୍ମିଲେ ଏ ସପ୍ତର୍ଷୀ ମଧ୍ୟରେ ଏକତମ, ଏ ପରଶୁରାମ ଓ ରାମଚନ୍ଦ୍ରଙ୍କ ପୁରୋହିତ ଥିଲେ ଓ ଋଗ୍ବେଦର କେତେ— ଗୁଡ଼ିଏ ସୁକ୍ତ ରଚନା କରିଥିଲେ ଏ ମଧ୍ୟ ଗୋଟିଏ ସଂହିତା ବା ସୃତିଶାସ୍ତ୍ରର ପ୍ରଣେତା ଥିଲେ]
୨: ମୃଗବିଶେଷ —୨. A kind of deer.
୩: ମତ୍ସ୍ୟବିଶେଷ —୩. A sort of fish.
୪: କର୍କଟ ରାଶି; (ତୁଳ. ଫା. କସଫ୍=କର୍କଟ ରାଶି) — ୪. The censtellation Cancer.
ଦେ. ବି. —
ହରଣ୍ୟକଶିପୁ —Name of a demon, father of Prahlāda.
ଜୟ କଶ୍ୟପ ବିଦାରୀ ନରସିଂହ, ଯେହ୍ନେ କମଳ ମଧ୍ୟରେ ତନୁ ଭୃଙ୍ଗ ପ୍ରାଚୀ. ରସବାରିଧି