Jump to content

କଷ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଷ
ଉଚ୍ଚାରଣ: Kasha

ସଂ. ବି. (କଷ୍ ଧାତୁ=ପରୀକ୍ଷା କରିବା+ଅଧିକରଣ. ଅ) —

୧: କଷ୍ଟିପଥର —୧. Touchstone; gold-testing stone.

୨: ମୂଲ୍ୟ ନିରୁପଣାର୍ଥକ ପରୀକ୍ଷା —୨. Testing of a thing to ascertain its value; assay.

ଗୁଣୀ କଷ ତା ବିହନ୍ତି, ହେମ ଅଙ୍ଗୀ ବୋଲି ମୋତେ ସମସ୍ତେ କହନ୍ତି ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ.

୩: ଘଷିବା —୩. Rubbing.

୪: ରାମ୍ପିବା —୪. Scraping.

ଦେ. ବି —

୧: ବଳା ହୋଇ ପ୍ରସ୍ତୁତ ହୋଇଥିବା ରଜ୍ଜୁ; କଷଦଉଡ଼ି —୧. A tightly twisted rope.

୨: ଈଷତ୍ ନାଳୁଆ ପାଣି ବା ରସ —୨. Gum; juice.

୩: କଷାୟ ରସ —୩. Astrigent juice.

୪: ବର୍ଣ୍ଣବିଶିଷ୍ଟ ଦାଗ —୪. coloured taint.

୫: ରଙ୍ଗ; ବର୍ଣ୍ଣ —୫. Colour; dye.