କଷଣି
ଦେଖଣା
କଷଣି —
ଉଚ୍ଚାରଣ: Kashaṇi
कसनी
ଦେ. ବି. (ସଂ. କର୍ଷଣୀ) —
୧: ଗୋଡ଼ ଆଙ୍ଗୁଠିରେ ଭରିବା ଛୋଟ ମୁଦି; ଆଗୁଆ; ମୁଦିଆ — ୧. A small narrow ring for the small toes of women.
୨: ଧନୁର୍ଗୁଣ ଆକର୍ଷଣ କରିବା ନିମନ୍ତେ ଆଙ୍ଗୁଠିରେ ପିନ୍ଧିବା ମୁଦିଆ —୨. A ring used by archers to protect the fingers from injury while drawing the bow.
୩: କଷିବା; ଟାଣିବା — ୩. The act of drawing tightly.
ଆଳୀ ଅବାଳୀ ପୁଣ ପୁଣ ଝିଙ୍କାରୀ ଡ଼ାକ କଷଣି ଟଙ୍କାର ଅଭିମନ୍ଯୁ. ବିଦଗ୍ଧଚିନ୍ତାମଣି
୪: ପିନ୍ଧାଲୁଗାର ଯେଉଁ ଅଂଶ ଅଣ୍ଟାର ଡ଼ାହାଣ ପାଖରେ ଛେଳିକାନ ଭଳି ଓଟରା ହୋଇ ବାହାରି ଥାଏ — ୪. An ear-like portion of the loin-cloth which protrudes from the waist.
[ଦ୍ର—ପିନ୍ଧାଲୁଗାର ଯେଉଁ ଅଂଶ ପିନ୍ଧିବା ଲୋକର ଅଣ୍ଟାର ବାଆଁ ପାଖେ ଖୋଷା ଯାଏ ତାକୁ ଖୋଷଣି ଓ ଡାହାଣ ପାଖେ ୟାହା କାନ ପରି ବାହାରି ଥାଏ ତାକୁ କଷଣି କହନ୍ତି ]
୫: କଷ ଦଉଡ଼ି —A string.