କଷା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଷା
ଉଚ୍ଚାରଣ: Kashā
কশা कसना

ସଂ. ବି. —

କଶା (ଦେଖ) Kaṡā (See)

ଦେ. ବି. (ସଂ. କର୍ଷଣ; ପ୍ରା. କଷ୍ପଣ) —

୧: ଗଣିତସମସ୍ୟାର ସମାଧାନ — ୧. Working of a methematical sum.

୨: ଚାବୁକ୍ଦ୍ବାରା ମାଡ଼ — ୨. Whipping; scourging.

୩: ୟାନବାହାନ ଆଦି ସଜ୍ଜୀକରଣ; କଷିବା — ୩. Equipment of a beast or conveyance for use.

୪: ଭିଡ଼ା; ଭିଡ଼ିବ; ଦୃଢ଼ ବନ୍ଧନ — ୪. Tightening.

୫: ପାଣିରେ ଭିଜାଇବା; ବତୁରାଇବା — ୫. Moistening; seasoning of a tough thing by immersing it in water.

୬: କଷିବା କର୍ମ; କଷିବା (ଦେଖ) ୬. The act of Kashibā (See)

ପ୍ରାଦେ. (ବାଲେଶ୍ବର ଓ ମେଦିନୀପୁର) ବି —

ଆମ୍ବକୋଇଲି — The astringent kernel of mango-stone.

ଦେ. ବିଣ —

୧: ସଜ ହୋଇଥିବା; ସଜ୍ଜିତ — ୧. Equipped; fitted.

ଗୋଟିଏ ଖୁବ୍ ବଡ଼ ଦନ୍ତା ହାତୀ ଉପରେ ଅମାରୀ କଷା ଫକୀରମୋହନ. ଗଳ୍ପସ୍ବଳ୍ପ

୨: ସାଧିତ ହୋଇଥିବା (ଗାଣିତିକ ସମସ୍ୟାଦି) — ୨. Worked out (mathematical sum).

୩: କଷାୟ ସ୍ବାଦଯୁକ୍ତ — ୩. Of astringent taste.

ଆମ୍ବଟିଏ ଖାଉଁ ଖାଉଁ କୋଇଲିଟିଏ କଷା ଶିଶୁଗୀତ

୪: ରଞ୍ଜିତ —୪. Dyed; coloured.

୫: (ସଂ. କଷାୟ)—ଗେରୁଆ; ଇଷତ୍ ଲାଲ୍ ରଙ୍ଗ — ୫. Raddish.

ଶିରେ ଜଟା ବାନ୍ଧ କଷା ବସ୍ତ୍ର ପିନ୍ଧ କି କେ ଧନୁ ଧରି ନାମ ହେ ବିଶ୍ବନାଥ. ବିଚିତ୍ରରାମାୟଣ

୭: ମୁଦ୍ରିତ (ଚକ୍ଷୁ) —୭. Shut (eye).

(ଯଥା—କାଲି ରାତିୟାକ ମୋ ଆଖି କଷା ହୋଇ ନାହିଁ)

୮: ବ୍ୟୟକୁଣ୍ଠ; କୃପଣ —୮. Miserly.

୯: ଦୃଢ଼ରୂପେ ବନ୍ଧା ହୋଇଥିବା —୯. Tied tightly.

୧: ମସଲା ବା ପୁଟଦ୍ବାରା ନରମ ଓ କାର୍ଯୋପଯୁକ୍ତ କରା ଯାଇଥିବା (ଚମଡ଼ା) — ୧୦. Tanned (hide).