Jump to content

କଷାୟ

ଉଇକିଅଭିଧାନ‌ରୁ
(କଷାଯରୁ ଲେଉଟି ଆସିଛି)

ଶବ୍ଦାର୍ଥ:

କଷାୟ
ଉଚ୍ଚାରଣ: Kashāya

ସଂ. ବି. (କଷ୍ ଧାତୁ=ହିଂସା କରିବା+କତ୍ତୃ. ଆୟ) —

୧: କଷାରସ — ୧. Astringent flavour or taste.

୨: ରସ; କ୍ବାଥ —୨. Decoction; extract.

[ଦ୍ର—ବୈଦ୍ୟ ଶାସ୍ତ୍ର ଅନୁସାରେ କଷାୟ ପାଞ୍ଚ ପ୍ରକାର, ଯଥା— ସ୍ବରସ, କଲ୍ଲ, କ୍ବାଥ, ଶୀତକଷାୟ ଓ ଫାଣ୍ଟ ଔଷଧ ଏକ ଭାଗ ସଙ୍ଗେ ଆଠ ବା ଷୋଳ ଭାଗ ଜଳ ମିଶାଇ ନିଆଁରେ ବସାଇ ଏକଚତୁର୍ଥାଂଶ ଜଳ ଥାଉଁ ଥାଉଁ ନିଆଁରୁ ଓହ୍ଲାଇଲେ ତାହା କଷାୟ ହୁଏ ]

୩: ସୁଗନ୍ଧ ଲେପନ ଦ୍ରବ୍ୟ — ୩. Fragrant ointment.

୪: ନିର୍ୟାସ; ଗଛରୁ ନିର୍ଗତ ରସ — ୪. Gummy juice; gum.

୫: ସୌରଭ —୫. Flavour; scent.

୬: ବିଲେପନ; ଅଙ୍ଗରାଗ — ୬. Paste; ointment.

୭: ଶ୍ଯୋନାକ; ଫଣଫଣା ଗୁଳ୍ମ — ୭. Bignonia Indica (plant)

୮: କଳିଯୁଗ —୮. The Kaḻi age.

୯: ରକ୍ତ ପିତ୍ତ ମିଶ୍ରିତ ବର୍ଣ୍ଣ — ୯. Yellowish red tint; brown colour.

ସଂ. ବିଣ. —

୧: ରକ୍ତ ପୀତ ବର୍ଣ୍ଣ ମିଶ୍ରିତ — ୧. Reddish yellow; tawny; browen.

୨: ରଞ୍ଜିତ —୨. Coloured; stained; dyed.

୩: ଲୋହିତ —୩. Red.

୪: ଈଷତ୍ ଲାଲ୍ —୪. Reddish.

୫: ସୁଶ୍ରାବ୍ୟ — ୫. Sweet to hear; melodious; dulcet.

୬: ସୁରଭି — ୬. Sweet scented; fragrant; sweet flavoured.

୭: ଅପଟୁ —୭. Inefficient.

୮: କଷା ଅସ୍ବାଦବିଶିଷ୍ଟ — ୮. Of astringent taste.