କଷିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଷିବା
ଉଚ୍ଚାରଣ: Kashibā
কসা कसना

(କଷାଇବା—ଣିଜନ୍ତ)

ଦେ. କ୍ରି. (ସଂ. କର୍ଷଣ; ତୁଳ. ଫା. କଶ୍=ଟାଣିବା; ଆକର୍ଷଣ) —

୧: ଗଣିତ ସମସ୍ୟା ସମାଧାନ କରିବା; ଅଙ୍କ କସିବା — ୧. To work out a mathemetical sum or problem.

୨: ଚାବୁକ୍ରେ ମାରିବା — ୨. To whip.

୩: ପ୍ରହାର କରିବା —୩. To strike or beat;

(ଯଥା—ତାକୁ ହାକିମ ୩: ବେତ କଷିଲେ)

୪: ଭିଡ଼ିକରି ବାନ୍ଧିବା — ୪. To bind up tightly.

୫: ସାଞ୍ଜୁ, ଶସ୍ତ୍ର ଓ ତୃଣଆଦିଦ୍ବାରା ନିଜକୁ ସଜ୍ଜିତ କରିବା — ୫. To equip one's self with arms etc.

ଶସ୍ତ୍ର କଷି ରୋଷେ କୁରୁଙ୍କୁ ତରଜିଲେ—କୃଷ୍ଣସିଂହ. ମହାଭାରତ. ବନ

୬: ଅଶ୍ବଆଦିଙ୍କୁ ବ୍ୟବହାରାର୍ଥେ ସଜ୍ଜିତ କରିବା — ୬. To equip horse etc. for use.

୭: କଞ୍ଚା ପରିବା, ମାଛ ଓ ମାଂସଆଦିକୁ ତରକାରି କରିବା ପୂର୍ବରୁ ଘିଅରେ ବା ତୈଳରେ ସିଝାଇବା — ୭. To fry green vegetable, fish or meat before preparing curry.

୮: ଟାଣ ପଦାର୍ଥକୁ ନରମ କରିବାପାଇଁ ଜଳରେ ବୁଡ଼ାଇ ରଖିବା—(ଯଥା—ବେତ ଲଇ କଷିବା) — ୮. To keep a tough thing immersed in water for some time to soften it.

୯: କଣ୍ଟିବା; ଫଳରେ ପରୀକ୍ଷା କରିବା — ୯. To test by actual experiment.

ଘୋଷ ୟାକ ଭିତରେ ମୋ ସଙ୍ଗମ ଇତରେ ଅଛି କି ନାହିଁ ତ କଷିଲାରେ କବିସୂର୍ଯ୍ୟ. ସଙ୍ଗୀତ

୧: କଷ୍ଟି ପଥରରେ ଘଷି ସୁନାକୁ ପରୀକ୍ଷା କରିବା; ସୁନା ପରଖିବା —୧୦. To test the genuineness of gold by rubbing it on touchstone.

ବର୍ଷ୍ମଶିଳେ ତାହା ତନୂ ସୁବର୍ଣ୍ଣ କଷିବି—ଭଞ୍ଜ. ବୈଦେହୀଶବିଳାସ

୧୧: (ଲକ୍ଷଣାର୍ଥ) ପରୀକ୍ଷା କରିବା; ପରଖିବା — ୧୧. (figurative) To test.

ତୋ ଘେନି ତମାଳ ଶ୍ୟାମ ମୋ ମରଜି କଷିଲାରେ— କବିସୂର୍ୟ. କିଶୋରୀଚମ୍ପୂ ତ. ଗୀତ

୧୨: ଟାଣିବା; ଓଟାରିବା — ୧୨. To draw tightly; to pull.

୧୩: ଖେଣ୍ଟି ଦେବା; କମ୍ କରିଦେବା; ଅଳ୍ପଅଳ୍ପ ଦେବା — ୧୩. To deal out a thing in a niggardly manner; to lesson the quantity; to sparingly give a thing.

୧୪: ଘର୍ଷଣ କରିବା; ଘଷିବା — ୧୪. To rub.

ପ୍ରାଣ ନେବାକୁ ମୋର ବାଣ ମୀନରଥର ଶାଣରେ ନିରନ୍ତର କଷିଲାରେ କବିସୂର୍ଯ୍ୟ. ସଙ୍ଗୀତ

୧୫: ଚିପାଇବା; କଷାଇବା — ୧୫. To cause to be grasped or pressed.

ତୋ କୁଚ ତ କରକଶ; ସହୁ ଗୁମାନ ଆଉ କେତେହେଁ ବେଳକୁ, ଥରେ ମୋହୋ କରେ କଷ କବିସୂର୍ଯ୍ୟ

୧୬: କଷ୍ଟଦେବା; ଗଞ୍ଜିବା; ଅତ୍ୟାଚାର କରିବା — ୧୬. To inflict pain; to oppress.

ଯେବେ ପୃଥିବୀରେ ଦୁଷ୍ଟ ହୋନ୍ତି, ଦେବତା ବ୍ରାହ୍ମଣ କଷନ୍ତି ପ୍ରାଚୀ. ୟଶୋବନ୍ତ—ପ୍ରେମଭକ୍ତି—ବ୍ରହ୍ମଗୀତା

୧୭: (ଖଡ଼୍ଗାଦି) ଝମକାଇବା; କମ୍ପାଇବା — ୧୭. To brandish (sword etc.)

ବଇଶ୍ରବଣ ପୁତ୍ରମୁଖ ଚାହାନ୍ତେ ବୋଇଲା କୃପାଣ କଷି ଭଞ୍ଜ. ବୈଦେହୀଶବିଳାସ

୧୮: ଯୁଦ୍ଧାର୍ଥ ସୈନ୍ୟାଦି ସଜ୍ଜିତ କରିବା — ୧୮. To equip an army for fighting.

ଫଉଜ କଷିଲେ କୋପେ ଯେ, ମଞ୍ଜୁ ରଉଧୁରୀ ସଙ୍ଗତେ ବିଚାରି ବାହାର ହୋଇଲେ ଆପେ ବ୍ରଜନାଥ. ସମରତରଙ୍ଗ

ପ୍ରାଦେ. (ସମ୍ବଲପୁର) କ୍ରି —

୧: ଖୁବ୍ ଶାରୀରିକ ପରିଶ୍ରମ କରିବା — ୧. To labour hard.

୨: ବିଶେଷ ପରିଶ୍ରମସହ ଭୂମି ଚାଷ କରିବା — ୨. To till the land with great labour.