Jump to content

କସାକସି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କସାକସି
ଉଚ୍ଚାରଣ: Kasākasi
কসাকসি कसाकसि

ଦେ. ବି. —

୧: ଅନ୍ଯୋଽନ୍ୟରେ ବଳ ଆଦିର ପରୀକ୍ଷା — ୧. Mutual testing of strength.

ଭାବ ଲାଜ ଏ କସାକସି, ହାବ ନୟନ ମିଶାମିଶି— ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ

୨: ନାନାପ୍ରକାର ସଜ୍ଜୀକରଣ କର୍ମ — ୨. Various operations of equipping.

(ଯଥା—ରାଜା ବିଜେ କରିବେ ବୋଲି ହାତୀ ଘୋଡ଼ା କସାକସି ଲାଗିଲା)

୩: (ବହୁବଚନ) କଶିବା କର୍ମମାନ; କଶିବା (ଦେଖ) ୩. (plural) Many acts of Kaṡibā (See)

୪: ଅନାଟନ; ନଅଣ୍ଟା ଅବସ୍ଥା; ଅଭାବ — ୪. Deficiency; want.

୫: ବ୍ୟୟସଂକୋଚ —୫. Retrenchment.

ଦେ. ବିଣ —

୧: ଟାଣାଟାଣି —୧. Mutually tugging.

୨: ପରସ୍ପର ଘଷାଘଷି —୨. Mutually rubbing.

ସେ କାଳେ ଗୁରୁଶିଷ୍ୟ ହୋଇ ମିଶାମିଶି, ହେଲେ ଶରମୁନକୁ ଦେହରେ କସାକସି— କୃଷ୍ଣସିହଂ. ମହାଭାରତ. ବିରାଟ