Jump to content

କସ୍ତୂରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କସ୍ତୂରୀ
ଉଚ୍ଚାରଣ: Kastūrī
কস্তুরি कस्तुरि ମ. କସ୍ତୁରି ଫା. ମୁସ୍କ ଆ. ମିସ୍କ ତେ. କାସ୍ତୁରୀ, କସ୍ତୁରୀପିଲ୍ଲି ସଂ. ପର୍ୟ୍ୟାୟ—ମୃଗନାଭି, ମୃଗମଦ, କସ୍ତୁରୀ,କସ୍ତୂରୀ, ସହସ୍ରଭିତ୍,ବେଧମୁଖ୍ୟା

ସଂ. ବି. (କସ୍=ଗମନ କରିବା+କର୍ତ୍ତୃ. ତୂରୀ; ୟାହାର ଗନ୍ଧ ଦୂରକୁ ଗମନ କରେ) —

ମୃଗନାଭି — Musk.

[ଦ୍ର—କାମରୂପୀ, ନୈପାଳୀ ଓ କାଶ୍ମୀରୀ ଭେଦରେ କସ୍ତୁରୀ ୩: ପ୍ରକାର କାମରୂପ କୃଷ୍ଣବର୍ଣ୍ଣ, ନୈପାଳୀ ନୀଳ ଓ କାଶ୍ମୀରୀ କପିଳ କାମରୂପୀ ଶ୍ରେଷ୍ଠ, ନୈପାଳୀ ମଧ୍ୟମ ଓ କାଶ୍ମୀରୀ ନିକୃଷ୍ଟ କସ୍ତୁରୀ କ୍ଷୁଦ୍ର କ୍ଷୁଦ୍ର ଦାନା ବିଶିଷ୍ଟ ଓ ତିବ୍ର ସୁଗନ୍ଧଯୁକ୍ତ ଏହା କଟୁତିକ୍ତ, କ୍ଷାରଯୁକ୍ତ, ଉଷ୍ଣବୀର୍ୟ୍ୟ, ଶୁକ୍ର— ବର୍ଧକ ଓ ଗୁରୁ, କାମୋଦ୍ଦୀପକ, ଆକ୍ଷେପ— ନାଶକ, ସ୍ବେଦଜନ୍ମକ, ବଳକାରକ ଓ କିଞ୍ଚିତ୍ ମାଦକ ଏହା କଫ, ବାଯୁ, ବିଷଦୋଷ, ବମି, ଶୀତ, ଦୁର୍ଗନ୍ଧ ଓ ଶୋଷନାଶକ ଯେଉଁ କସ୍ତୁରୀ ନିଜ ଗନ୍ଧରେ କେତକୀ ଫୁଲର ଗନ୍ଧକୁ ନଷ୍ଟ କରେ, ଅଗ୍ନିରେ ପଡ଼ିଲେ ୟହିଁରୁ ଚମଡ଼ାପୋଡ଼ାର ଗନ୍ଧ ବାହାରେ ତାହା ଉତ୍କୃଷ୍ଟ କସ୍ତୁରୀ ୫: ପ୍ରକାର —୧: ଖରିକା—ଧୂଳି ପରି ଦାନାବିଶିଷ୍ଟ ୨: ତିଳିକା—ଖସା ପରି ଦାନାବିଶିଷ୍ଟ ୩: କୃଳତ୍ବତ୍ଥିକା— କୋଳଥ ପରି ଦାନାବିଶିଷ୍ଟ ୪: ପିଣ୍ଡିକା—ଖଣ୍ଡ ଖଣ୍ଡ ୫: ନାୟକା—ପିଣ୍ଡିକା଼ଠାରୁ ବଡ଼—କବିରାଜ ହରେକୃଷ୍ଣ ମିଶ୍ର— ଦ୍ରବ୍ୟଗୁଣ]