Jump to content

କାଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଆ
ଉଚ୍ଚାରଣ: Kāā
কা; কাকা काँत्र्प्रो

ଦେ. ବି. (ଧ୍ଵନ୍ୟନୁକରଣ) —

୧: କାକପକ୍ଷୀର ଶବ୍ଦ — ୨. The cawing of a rook.

କାଉ ଡାକେ କାଆ କାଆ ନନ୍ଦକିଶୋର. ନିର୍ଝରିଣୀ

୨: ଶ୍ରୁତିକଟୁ ବା ଅପ୍ରୀତିକର ଶବ୍ଦ — ୨. Unpleasant jarring sound.

୩: ତାସ ପଶାଖେଳରେ ଯୋଡ଼ି ଖେଳାଳି ମଧ୍ୟରୁ ଜଣକର ଅଭାବ ହେଲେ ଅନୁପସ୍ଥିତ ଖେଳାଳିର ଖେଳ ସମୟରେ ଜଣେ ଖେଳାଳି ଦୁଇ ଖେଳାଳିଙ୍କ କାମ କରିବା ଅବସ୍ଥା; ଅନୁପସ୍ଥିତ ଖେଳାଳିର ପ୍ରତିନିଧି — ୩. Representative of an absent player who is represented by his companion player at an indoor game.

(ଯଥା—ମୁଁ ଗୋବିନ୍ଦର କାଆ ହୋଇ ଖେଳୁଛି)

୪: ଡୁ ଡୁ ଖେଳରେ ଖେଳାଳି ଉଚ୍ଚୈଃସ୍ବରରେ ଉଚ୍ଚାରଣ କରୁଥିବା ଶବ୍ଦ — ୪. The sound uttered by player in the game of Doo doo.