କାଇଜର୍
ଦେଖଣା
କାଇଜର୍ —
ଉଚ୍ଚାରଣ: Kāijar
কাইসর; কইসর
ଆ. କୟସର୍
कैसर
ବୈଦେ. ବି (ଲାଟିନ୍) (ଲାଟିନ୍—କାଏଜର୍) —
୧: ସିଜର୍; ସମ୍ରାଟ; ବାଦସାହା — ୧. Caesar; emperor.
୨: ଜର୍ମାନିର ଭୂତପୂର୍ବ ସମ୍ରାଟଙ୍କ ଉପାଧି — ୨. Kāisar the title of the ex-emperor of Germany.
[ଦ୍ର—ଲାଟିନ୍ କାଇଜର୍ (Caesar)ର ଅର୍ଥ ପ୍ରସବ ପୂର୍ବରୁ ଜନନୀଙ୍କ ମୃତ୍ଯୁ ହେଲେ ତତ୍କ୍ଷଣାତ୍ ଜନନୀଙ୍କ ପେଟ ଚିରି ଯେଉ ପିଲାକୁ ବାହାର କରାଯାଇଥାଏ ରୋମ୍ର ବାଦସାହା ଅଗଷ୍ଟସ୍ (Augustus) ଏହିପରି ଜନ୍ମଗ୍ରହଣ କରିଥିବାରୁ ତାଙ୍କର ନାମ ଅଗଷ୍ଟସ୍ କାଇଜର୍ (Augustus Caesar) ହୋଇଥିଲା ଏ ଜଣେ ପ୍ରତାପଶାଳୀ ଓ ବିଖ୍ୟାତ ସମ୍ରାଟ ଥିବାରୁ କାଇଜର୍ ଅର୍ଥରେ ସମ୍ରାଟଙ୍କୁ ବୁଝାଗଲା ଜର୍ମାନୀରେ ଯେତେବେଳେ ରାଜତନ୍ତ୍ର ଶାସନ ଥିଲା, ସେତେବେଳେ ଜର୍ମାନ୍ ସମ୍ରାଟଙ୍କ ଉପାଧି କାଇଜର୍ ଥିଲା]