Jump to content

କାଉଁରିବର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଉଁରିବର
ଉଚ୍ଚାରଣ: Kāuñribara

ଦେ. ବି. (ସଂ. କୁମାରୀ+ବଟ) —

କୁମାରୀ ପୋତିଥିବା ବଟବୃକ୍ଷ —Name of a banyan tree on the Jagannath Trunk Road connected with a legend as having been brought from Kāmarūpa by a witch and transplanted here by another.

[ଦ୍ର—ପ୍ରବାଦ ଅଛି ଯେ କାଉଁରି କାମଚଣ୍ଡୀ ଦେଶରେ କିମିଆଁ (ଗାରଡ଼ିବିଦ୍ୟା) ଜାଣିଥିବା କିଟେଇ ବା ପିତେଇ ପତ୍ରସଉତୁଣୀ ନାମକ ଜଣେ ସ୍ତ୍ରୀ ଗୋଟିଏ ବରଗଛରେ ଚଢ଼ି ମନ୍ତ୍ରବଳରେ ସେ ବରଗଛକୁ ଉଡ଼ାଇ ଆଣି ଜଗନ୍ନାଥ ଦର୍ଶନକୁ ଆସୁଥିଲା ପୁରୀ ନିକଟସ୍ଥ ଚାରିନଳା ଗ୍ରାମ ନିକଟରେ ସେ ବରଗଛ ଉଡ଼ିଯିବା ସମୟରେ ତାର ଛାଇ ପୋଖରୀରେ ପଡ଼ିଲା ନିତେଇ ଧୋବଣୀ ନାମରେ ଜଣେ ଗୁଣିବିଦ୍ୟା ଜାଣିଥିବା ଓଡ଼ିଆ ଧୋବଣୀ ସେ ପୋଖରୀରେ ଲୁଗା କାଚୁଥିଲା ସେ ଗଛର ଛାଇ ଦେଖି କିମିଆଁ ବଳରେ ଉକ୍ତ ଗଛକୁ ବନ୍ଧନ କରି ସେହି ସ୍ଥାନରେ ଅଟକାଇ ଦେଲା ଓ ସେହି ଦିନଠାରୁ ସେ ଗଛଟି ସେହିଠାରେ ରହିଲା ସେହି ସ୍ଥାନଟି ଏ ପର୍ଯ୍ୟନ୍ତ 'କାଉଁରିବର' ବୋଲି ଅଭିହିତ ହେଉଅଛି]

୨: ପୁରୀ ଜିଲ୍ଲାରେ କାଉଁରିବର ଥିବା ସ୍ଥାନର ନାମ — ୨. Name of a village in Puri district on the Jagannath trunk road.