କାଌଞ୍ଚ
ଦେଖଣା
କାଌଞ୍ଚ —
ଉଚ୍ଚାରଣ: Kāin̄cha
কুঁচ
रति; घुँघुचि
ତେ. ଗୁରୁବିନ୍ଦା
ଦେ. ବି. (ସଂ. କାଇଚିଞ୍ଚା) —
୧: ଗୁଞ୍ଜାଫଳ ଓ ଲତା — ୧. A creeper and its small pealike black headed red berries enclosed in pods; Abrus Pracatorius.
[ଦ୍ର—ବଣିଆମାନେ ଉକ୍ତ ଫଳଦ୍ବାରା ସୁନାରୁପା ଓଜନ କରନ୍ତି ଏହା ଦୁଇ ପ୍ରକାର; ଧଳା ଓ ନାଲି ଅନ୍ୟ ଏକ
ପ୍ରକାର ଫଳକୁ ମଣ୍ଡା କାଇଞ୍ଚ କହନ୍ତି ଧଳା କାଇଞ୍ଚର ଦେହ ଧଳା, ଡେମ୍ଫ ପାଖେ କଳା ଟୋପି ପରି ଥାଏ; ନାଲି କାଇଞ୍ଚର ଦେହ ତୋଫା ନାଲି, ଡେମ୍ଫ ପାଖରେ କଳା ଟୋପି ଥାଏ]
କାଇଞ୍ଚମାଳିୟା ଘନଶ୍ୟାମଳିୟା ହରଷେ ହୁଅନ୍ତି ଅସ୍ଥିର ଦୀନକୃଷ୍ଣ. ରସକଲ୍ଲୋଳ
୨: ଏକ ରତି ଓଜନ —୨. A standard of weight; one rati.
୩: କାଇଁଶ (ଦେଖ) ୩. Kāiñṡa (See)