କାକରା
କାକରା —
ଉଚ୍ଚାରଣ: Kākarā
কাকরা, কাঁকরা
ठेकुआ
ଦେ. ବି. —
୧: ଏକପ୍ରକାର ଘୃତପକ୍ବ ପିଷ୍ଟକ; ଗୁଡ଼ ପାଗରେ ଚାଉଳଅଟା ପକାଇ ଖଳିକରି ସେହି ଖଳିରୁ ଚଟକା ଚଟକା ପିଠା ତିଆରି କରନ୍ତି; ପରେ ସେଗୁଡ଼ିକୁ ଘିଅରେ ଛାଣି ଦେଲେ କାକରା ପିଠା ହୁଏ; ଗୁଡ଼ପିଠା — ୧. A pastry cake prepared with rice flour seasoned with molasses and fried in ghee.
ଗଜା କାକରାଦି ପାଚଲ, ରାନ୍ଧଣା ଏକୁଏକ ଭଲ—ରାମଦାସ.ଦର୍ତ୍ୟତାଭକ୍ତି
୨: (ଏହା କାକରା ଆକୃତିବିଶିଷ୍ଟ ଥିବାରୁ) ସ୍ତ୍ରୀଲୋକମାନେ କେଶ ଉପରେ ତାଳୁରେ ପିନ୍ଧବା ଗୋଲାକାର ସ୍ବର୍ଣ୍ଣାଳଙ୍କାରବିଶେଷ —୨. A round shaped gold ornament for the hair worn over the head by females.
୩: ତୈଳାକ୍ତ କରି ମସାଲ ଜାଳିବା ନିମନ୍ତେ ପ୍ରସ୍ତୁତ ମକ୍କା ଆକାରର ବା ଗୋଲାକାର କନାବଳିତା ବା ବିଣ୍ଡା — ୩. Thick long wicks made of rolled rags and attached to the forks of torches after being saturated with oil and lighted in processions.