କାକିନୀ
ଦେଖଣା
କାକିନୀ —
ଉଚ୍ଚାରଣ: Kākinī
ସଂ. ବି. ସ୍ତ୍ରୀ (କକ୍=ଚଞ୍ଚଳ ହେବା+କରଣ. ଅନ+ସ୍ତ୍ରୀ. ଈ) —
୧: ବିଂଶ କପର୍ଦ୍ଦକ; ଏକ ପଣ କଉଡ଼ିର ଚତୁର୍ଥାଂଶ; ଏକ ବୋଡ଼ି —୧. One fourth of a paṇa; ୨୦ cowries (shell money)
୨: ଆଢ଼କର ୫: ଭାଗର ଏକ ଭାଗ — ୨. A measure.
୩: ମାନଦଣ୍ଡ —୩. A measuring rod
୪: କାଇଞ୍ଚ; ଗୁଞା (ଓଜନରେ ବ୍ୟବହୃତ); ରତି— ୪. A black tipped red berry used by jewellers as the minimum weight.
୫: ମୁଦ୍ରାରୂପେ ପ୍ରଚଳିତ ଏକ କଡ଼ା କଉଡ଼ି — ୫. The shell Cypraea Moneta used as a coin (M.W.)
୬: ପଦିକାର ଏକଚତୁର୍ଥାଂଶ — ୬. The fourth part of a Danḍ;a or short po e (M.W.)
୭: ଏକ ହାତ — ୭. Cubit (M.W.)