କାକୁ
ଦେଖଣା
କାକୁ —
ଉଚ୍ଚାରଣ: Kāku
কাকে
किसका
ସଂ. ବି. (କକ୍ ଧାତୁ=ଚଞ୍ଚଳ ହେବା+କର୍ତ୍ତୃ. ଉ) —
୧: ଭୟଶୋକାଦିଦ୍ବାରା ବିକୃତ କଣ୍ଠଧ୍ଵନି — ୧. Cry of distress; groan; a peculiar tone or change of voice wrought by fear, anger or sorrow.
୨: ବକ୍ରୋକ୍ତି — ୨. Irony.
୩: ଦୈନ୍ଯେକ୍ତି — ୩. Supplication; complaint.
୪: ସଙ୍ଗୀତରେ ସ୍ବରବିକାର ବା ବିକୃତ ସ୍ବର (ପ୍ରକୃତିବାଦ) — ୪. A distorted tone in music.
୫: ଜିହା (ପ୍ରକୃତିବାଦ) — ୫. Tongue.
୬: କଥାର ବିଶେଷ ଅଂଶ ଉପରେ ଦିଆଯିବା ଜୋର — ୬. Emphasis (M.W.)
୭: ଗୁଣୁଗୁଣୁ ସ୍ବର କରିବା — ୭. Muttering; murmuring.
ଗ୍ରା. ସର୍ବନାମ. (ପଦ୍ୟ) (କିମ ଶଦ୍ଦ ୨: ୟା ୧: ବ) —
କାହାକୁ — To whom.
ସେହି କନ୍ୟାର ଯୁବା ଅବସ୍ଥାକୁ ଦେଖି, କାକୁ ଦେବି ବୋଲି ମାତଳି ହେଲେ ଦୁଃଖୀ— କୃଷ୍ଣସିଂହ. ମହାଭାରତ