କାଗଜିଲେମ୍ବୁ
ଦେଖଣା
କାଗଜିଲେମ୍ବୁ —
ଉଚ୍ଚାରଣ: Kāgajilembu
পাতিনেম্বু, পাতিলেম্বু
कागजिनिवु कागजीलेमू
ତେ. ନିମ୍ନପଡୂ, ନିମ୍ନାପାଣ୍ଡ଼ୁ
ଆ. ଲିମୁଲହୋମିଜ
ଗୁ. ଖଟାଲିମ୍ବୁ
ମରହଟି. ଲିମ୍ବୁ
ତା. ଏଲିମିଚମ୍
ସଂ. ପର୍ୟ୍ୟାୟ—ନିମ୍ବୂ,
ନିମ୍ବୁକ, ନିମ୍ବୁକ
ଦେ. ବି. (ସଂ. ନାମ—ବୀଜପୁର; ଫା. କାଗଜୀ+ ସଂ. ନିମ୍ବୁକ; ଏହାର ଚୋପା କାଗଜ ପରି ପତଳା ଥିବାରୁ) —
ଏକଜାତୀୟ ଛୋଟ ଲେମ୍ବୁ — Lime fruit; Citrus Bergamia; Acid lime.
[ଦ୍ର—ଏହା ଅନ୍ୟ ଲେମ୍ବୁ ଅପେକ୍ଷା ଛୋଟ ଓ ଈଷତ୍ ସୁଗନ୍ଧଯୁକ୍ତ; ଏହା ଦୁଇ ପ୍ରକାର; ପ୍ରଥମ ପ୍ରକାର ଗୋଲ ବା କାଗଜି; ଓ ଅନ୍ୟ ପ୍ରକାର ଅଣ୍ଡ଼ାକାର ବା କାଗଜା ବା ଗଙ୍ଗାକୂଳିୟା; କାଗଜିଲେମ୍ବୁ ଅମ୍ଳରସ, ବାଯୁନାଶକ, ଅଗ୍ନିଦୀପକ, ପାଚକ, ଲଘୁ, କୃମିନାଶକ ଓ ଉଦର ରୋଗନାଶକ; ଏହା ବାଯୁ ପିତ୍ତ କଫ ଓ ଶୂଳରେ ଉପକାରୀ ଏବଂ ରୋଚକ; ଏଥିର ରସ ବାତ, ବିଷ, ଗଳରୋଗ, ବଦ୍ଧପୂଜ ଓ ବିସୂଚିକା ରୋଗରେ ବିଶେଷ ଉପକାରୀ]