କାଙ୍ଗାଳ
ଦେଖଣା
କାଙ୍ଗାଳ —
ଉଚ୍ଚାରଣ: Kāṅgāḻa
কাঙ্গাা; কাঙ্গাি
कंङ्गल
ଦେ. ବି. (ସଂ. କଙ୍କାଳ କି ?; ଦୁଃଖିମାନେ ଅନ୍ନାଭାବରୁ କଙ୍କାଳଯୁକ୍ତ ହେବାରୁ) —
୧: ଅତି ଦରିଦ୍ର ବା ରଙ୍କ ବ୍ୟକ୍ତି — ୧. A very poor and destitute man.
୨: ଅପର୍ତ୍ତିଆଣୀ ଲୋକଙ୍କ ନାମ — ୨. A name given to males who were born after their elder sisters or brothers died in infancy.
ଦେ. ବିଣ —
୧: ଅତି ଦରିଦ୍ର; ଦୁଃଖୀ; ରଙ୍କୀ — ୧. Very poor; poverty stricken; needy; indigent; wretched.
ଫିଟିଯାଏ ଅଶ୍ରୁଭତ୍ସ ସହସ୍ର ଧୀରାରେ ଅସମ୍ବାଳେ ହେରି ତୋର ବାଙ୍ଗାଳୁଣୀ ବେଶ—ଚିନ୍ତାମଣି, ବିକ୍ରମାଦିତ୍ୟ
୨: କୌଣସି ବିଷୟ ପାଇଁ ପ୍ରାର୍ଥୀ — ୨. Applicant; for some thing supplicant.
୩: ଅଭାବଗ୍ରସ୍ତ —୩. Needy.
୪: ଉପର୍ୟ୍ଯୁପରି ଉପବାସ ଯୋଗୁଁ କଙ୍କାଳମାତ୍ରାବଶିଷ୍ଟ (ବ୍ୟକ୍ତି) —୪. Reduced to skeleton owing to starvation.