କାଙ୍ଗୁଲା
କାଙ୍ଗୁଲା —
ଉଚ୍ଚାରଣ: Kāṅgulā
কাঙ্গুরা
काङ्गुरा
ବୈଦେ. (ଫା) ବି. (ଫା. କୁଙ୍ଗୁରା) —
୧: ସ୍ବର୍ଣ୍ଣ ରୌପ୍ୟାଦିର କୋଣବିଶିଷ୍ଟ କାରୁକାର୍ୟ୍ୟ— ବିଶେଷ —୧. A kind of wavy filigree work of gold and silver jwellery.
୨: ଦେଉଳ ଆଦିରେ ତ୍ରିକୋଣାକାର ଚୂନ କାମ — ୨. A wavy sort of battlement.
ତାକୁ ବେଢ଼ିଣ ପାଷାଣ ପ୍ରାକାର ବହୁ କାଙ୍ଗୁଲାମାନଙ୍କେ ସୁନ୍ଦର ବିଶ୍ବନାଥ, ବିଚିତ୍ରରାମାୟଣ
୩: ଶାଢ଼ୀର ଧଡ଼ିରେ ବୁଣାଯାଇଥିବା ମୋଟ ସୂତାର କାରୁକାର୍ୟ୍ୟ —୩. Ornamental thread-work woven of the border of a woman's cloth.
୪: ଦୁର୍ଗପ୍ରାଚୀର ମଧ୍ୟରେ ଥିବା ଉଚ୍ଚ ସ୍ଥାନ; ବୁରୁଜ ଏଥି ଉପରେ ଚଢ଼ି ଦୁର୍ଗସ୍ଥ ସୈନ୍ୟମାନେ ଶତ୍ରୁ ଉପରକୁ ଅସ୍ତ୍ର ନିକ୍ଷେପ କରନ୍ତି — ୪. Elevated structure on the ramparts of a fort.
ପ୍ରାଚୀନ ପ୍ରାସାଦ ପ୍ରାକାରେ ବିସ୍ତାର କାଙ୍ଗୁଲାରେ ଦିବ୍ୟ ୟାନେ ବିଶ୍ବନାଥ, ବିଚିତ୍ରରାମାୟଣ
୫: ଦୂର୍ଗ ପ୍ରଭୃତିର କାନ୍ଥରେ ଥିବା ରନ୍ଧ୍ର — ୫. Loop holes in the walls of forts.
ଜଗିଥିଲେ ଦୈତ୍ୟଗଣ ଦ୍ବାରେ ଅର୍ଗଳି ଦେଇଣ ଦେଖିଲେ କାଙ୍ଗୁଳାରେଣ କପି ସାହାଣ ବିଶ୍ବନାଥ, ବିଚିତ୍ରରାମାୟଣ
ଦେ. ବି. (ସଂ. କଙ୍ଗୁ) —
କାଙ୍ଗୁ ୩: (ଦେଖ) Kāṅgu ୩ (See)