କାଜୁପଟି
ଦେଖଣା
କାଜୁପଟି —
ଉଚ୍ଚାରଣ: Kājupaṭi
কাজিপুতী
काजपुती
ବୈଦେ. (ମାଲୟ ଭାଷା) ବି. (ମାଲୟ ଭାଷା, କଯୁ=ବୃକ୍ଷ +ପୂତୀ=ଶୁକ୍ଳ=ଶୁକ୍ଳ ବୃକ୍ଷ) —
ଏକଜାତୀୟ ସୁଗନ୍ଧ ପତ୍ରଯୁକ୍ତ ବୃକ୍ଷ — Cajput tree. Melalenia lencadendras (Haines)
[ଦ୍ର—ଏ ବୃକ୍ଷ ଅଷ୍ଟ୍ରେଲିଆ, ମାଲୟ ଉପଦ୍ବୀପ ଓ ସୁମାତ୍ରା, ୟାବା,ଫିଲିପାଇନ ଦ୍ବୀପପୁଞ୍ଜରେ ଜନ୍ମେ; ଏହାର ପତ୍ରକୁ ମଳିଦେଲେ ଲେମ୍ବୁଚୋପା ପରି ବାସେ ଏବଂ ଏଥିରୁ ଏକପ୍ରକାର ବାସନା ତେଲ ତିଆରି ହୁଏ; ଏହି ତୈଳ ଦେହ ଓ ଗଣ୍ଠି ଦରଜରେ ମାଲିସ କଲେ ଉପକାର ହୁଏ ଭାରତବର୍ଷର ଉଦ୍ୟାନରେ ଏ ଗଛ ଲୋକେ ଲଗାଉ ଅଛନ୍ତି]