କାଞ୍ଜିଗାତ
କାଞ୍ଜିଗାତ —
ଉଚ୍ଚାରଣ: Kān̄jigāta
ଦେ. ବି. —
ଭୂମିରେ ବା ଖଣ୍ଡ଼ିଏ ପଟାରେ ୨: ଧାଡ଼ିରେ ୧୪: ଗୋଟି ଗାତ ବା ମଲା କରି ସେ ଗାତମାନଙ୍କ ମଧ୍ୟରୁ ୧୨:ଟି ମଳାରେ ୩: ଗଣ୍ଡା ଲେଖାଏଁ କାଇଁଚ ବା ଗୋଡ଼ି ବା ତିନ୍ତୁଳି, ଆତ ବା ବଉଳ ମଞ୍ଜିର ସାର ପକାଇ ସ୍ତ୍ରୀଲୋକମାନଙ୍କର ଖେଳିବାର ଏକପ୍ରକାର ଖେଳ —An indoor game played by females by distributing and redistributing ୧୨ seeds in each of ୨ rows of ୭ holes each on the ground or on a plank.
[ଦ୍ର—ଗୋଟିଏ ଧାଡ଼ିରେ ୭:ଟି ଗାତ ଥାଏ, କିନ୍ତୁ ୬:ଟି ଗାତରେ ୧୨: ଖଣ୍ଡ଼ି ଲେଖାଏଁ ସାର ରଖାଯାଏ; ଧାଡ଼ିର ଶେଷ ମୁଣ୍ଡ଼ର ଗାତଟି ଖେଳାଳିର କାଞ୍ଜିଗାତ ବା ବୋଇତ ସେଥିରେ କିଛି ସାର ନ ଥାଏ ପ୍ରଥମେ ଜଣେ ଖେଳାଳି ଆପଣା ମନଇଚ୍ଛା ଗୋଟିଏ ଗଦାରୁ ସାରୟାକ ଉଠାଇ ଡ଼ାହାଣ ଆଡ଼କୁ ଥିବା ପ୍ରତି ଗାତରେ (କେବଳ ବିପକ୍ଷର ଶେଷ ଗାତକୁ ଛାଡ଼ି) କଟେ ଲେଖାଏଁ ସାର ପକାଇଯାଏ ଏହିପରି କରୁ କରୁ ଯେବେ ଆପଣାର ଗାତ ପାଖକୁ ଆସିଲା ବେଳକୁ ତା ହାତରେ ଥିବା ସବୁ ସାରୟାକ ନିଃଶେଷିତ ହୋଇଯାଏ, ତେବେ ସେ ମଲା ଏହିପରି କରୁ କରୁ ଯେବେ ଆପଣା ବୋଇତ ଗାତରେ ଅନ୍ୟ ଖେଳାଳିର ଗାତ ଅପେକ୍ଷା ବେଶି ସାର ଥିବାର ଦେଖାଯାଏ ତେବେ ସେ ଜିତେ ତା ପରେ ଅନ୍ୟ ଖେଳାଳି ଖେଳେ]