Jump to content

କାଟେଣି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଟେଣି
ଉଚ୍ଚାରଣ: Kāṭeṇi

ଦେ. ବି. (ସଂ. କଟ୍ଟନ; ପ୍ରା. କଟ୍ଟଣ) —

୧: ସୂତା କାଟିବା — ୧. Spinning.

୨: ସୂତା କାଟିବାର ଧରଣ — ୨. Mode of spinning thread.

ବାୟା ମାଆର ସରୁ କାଟେଣୀ ଧୋରେବାୟାଧୋ, ଗୀତ

୩: କଟା ହୋଇଥିବା ସୂତାର ବେଧ — ୩. The fineness of thread or yarn spun; count of yarn.

୪: ଲୁଗାରେ ବୁଣାହୋଇଥିବା ସୂତାର ବେଧ — ୪. The fineness of the thread of a cloth.

୫: କାଟୁଣୀ; ଯେ ସୁତା କାଟେ —୫. A spinner.

୬: ସ୍ତ୍ରୀଲୋକମାନଙ୍କର ମହଣ ଓ ତେଲ ଦ୍ବାରା ପାନିଆ ସାହାଯ୍ୟରେ କପାଳ ଉପରିସ୍ଥ ପ୍ରସାଧିତ କେଶର ବିନ୍ୟାସ; ଫିରେଇ; ସୁନ୍ଥା —୬. The coiffure or arrangement of the combed hair over the brow, done by females with the help of wax and oil.

୭: କାଟୁଆ (ଦେଖ) ୭. Kāṭuā (See)

ବୈଦେ. ବି. (ଇଂ. କଟ୍ଟିଙ୍ଗ୍) —

୧: ନଇନ୍ତାଳ୍ ଆଳୁର ଆଖିଥିବା ସ୍ଥାନକୁ ଉଣ୍ଡି ଚେକା ଚେକା କରି କାଟି ମଞ୍ଜିରୂପେ ବ୍ୟବହାର କରାଯାଇଥିବା ଆଳୁଖଣ୍ଡ — ୧. Cuttings from potato used as seed.

୨: ମ଼ଞ୍ଜି ନିମନ୍ତେ କଟାହୋଇଥିବା ଆଲୁଖଣ୍ଡମାନ — ୨. Cuttings of sugarcane used as seed.

୩: ରେଳଲାଇନ୍କୁ ସମତଳରୂପେ ପକାଇବା ପାଇଁ ଉଚ୍ଚ ପର୍ବତାଦି ମଧ୍ୟରେ କଟା ହୋଇଥିବା ସ୍ଥାନ — ୩. Railway cutting; a cutting done in a hill or mountain to enable the railway line to be taken on a level.