କାଟ ଖାଇବା
ଦେଖଣା
କାଟ ଖାଇବା —
ଉଚ୍ଚାରଣ: Kāṭa khāibā
ଦେ. କ୍ରି. —
୧: ଶିରଶଛିନ୍ନ ହେବା; ହଣା ହେବା — ୧. To be beheaded.
(ଯଥା—ପୂର୍ବେ ପ୍ରାନ୍ସରେ ଗୁରୁତର ଅପରାଧିମାନେ କାଟ ଖାଉଥିଲେ)
୨: କର୍ତ୍ତିତ ହେବା —୨. To be cut.
(ଯଥା—କୋଶଳା ଶାଗ ୟାକ ତିନି ଚାରି କାଟ ଖାଇଲେ ବଢ଼େ)
୩: ଦୋକାନ ଆଦିରୁ ଲାଗୁଆ କରି ସଉଦା ଆଣି ନିଜର ବ୍ୟବହାରରେ ଲଗାଇବା —୩. To bring articles regularly on credit from a shopkeeper.