Jump to content

କାଢ଼ିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଢ଼ିବା
ଉଚ୍ଚାରଣ: Kāṟḍ̠ẖibā
কাঢা; কাঢান काड़ना

(କଢ଼ାଇବା—ଣିଜନ୍ତ)

ଦେ. କ୍ରି. (ସଂ. କର୍ଷ ଧାତୁ; ପ୍ରା. କଡ଼୍ଢ଼ ଧାତୁ) —

୧: ଗୁପ୍ତ ସ୍ଥାନରୁ ପ୍ରକାଶ୍ୟ ସ୍ଥାନକୁ ଆଣିବା; ପଦାକୁ ବାହାର କରିବା — ୧. To bring out; to take out; to draw out.

ଗୋଟିଏ କାଢ଼ିଲେ ତହିଁ ଗୋଟିଏ ପଶଇ— ସାରଳା. ମହାଭାରତ.ଭୀଷ୍ମ

୨: (ଲୋତକ) ବୁହାଇବା — ୨. To shed (tears).

୩: (ଅଙ୍ଗରେ ପଶିଥିବା କଣ୍ଟା) ବାହାର କରିବା — ୩. To extract; to draw out (a thorn).

୪: (ପାଣି) ଉପରକୁ ଉଠାଇବା; ଉତ୍ତୋଳନ କରିବା — ୪. To lift up; to bring up.

୫: ଝିଙ୍କି ନେବା; ବଳପୂର୍ବକ ଟାଣି ନେବା — ୫. To snatch away; to deprive forcibly.

୬: ମୁଖରେ ଥିବା ପଦାର୍ଥକୁ ପାଟି ବାହାର କରିବା; ବମନ କରିବା —୬. To vomit forth; to eject from the month.

(ଯଥା—ସେ ପାଟିରୁ ଗୁଡ଼ାଏ ନାଳ କାଢ଼ି ଲାଣି)

୭: ଚାକିରିରୁ ଅନ୍ତର କରିବା —୭. To dismiss, remove or discharge from service.

୮: (ଲୁଗା; ଓଢ଼ଣା) ଦେହରୁ ଅପସାରିତ କରିବା — ୮. To put off from the body.

୯: ଗାଳିଦେବା; ଗାଳିମନ୍ଦ କରିବା — ୯. To abuse; to call names.

୧: (ମୁର୍ଦ୍ଦାର) ଉଠାଇବା; ଅପସାରିତ କରିବା — ୧୦. To bring out (a carcass) from a place.

୧୧: (ଫୁଲ ଫଳ ଆଦି) ଫୁଟାଇବା; ପ୍ରଷ୍ଫୁଟିତ କାରଇବା; ଜନ୍ମ କରାଇବା —୧୧. To bring forth.

(ଧାନଗଛ) ହାତେ ଲମ୍ବରେ କାଢିବ ଶିଂଶା. ଦେଖି ମରୁଥିବେ ସାଇପଡ଼ିଶା—କୃଷିବଚନ

୧୨: ତଡ଼ିଦେବା —୧୨. To drive away.

(ଯଥା—ସେ ସ୍ତ୍ରୀକୁ ଘରୁ କାଢ଼ିଦେଲା)

୧୩: ଫଳ ପୁଷ୍ପାଦିରୁ ରସ ବାହାର କରିବା — ୧୩. To extract juice from fruits etc.

୧୪: ଅଳଙ୍କାରାଦି ଦେହରୁ ଓହ୍ଲାଇବା — ୧୪. To put off ornaments.

ଚାପସରି କାଢ଼ିବି ଏ ଆଦିରେ—କବିସୂର୍ଯ୍ୟ. କବିତା

୧୫: (ଦୁଃଖ) ଦୂର କରିବା — ୧୫. To remove (sorrow).

ଏ ପତ୍ର ମରାଇ ଆମ୍ବେ ବୁଢ଼ା ବୁଢ଼ୀ କେ ଅଛି ଆମ୍ଭ ହୃଦୁଁ ନେବ ଶୋକ କାଢ଼ି—କୃଷ୍ଣସିଂହ. ମହାଭାରତ. ଶଲ୍ୟ

୧୬: (ମଇଳା ବା ଅଳିଆ) ପରିଷ୍କାର କରିବା — ୧୬. To clean out (refuse) from any place.

୧୭: ବହୁଲୋକଙ୍କ ସମକ୍ଷରେ କୌଣସି ବିଷୟ ପ୍ରକାଶ କରିବା ୧୭. To express before many people.

(ଯଥା—ସଭାରେ ସେ ଗୋଟିଏ ପାଞ୍ଚ କାଢ଼ିଲା)

ପ୍ରାଦେ. (ସମ୍ବଲପୁର) କ୍ରି —

ଋଣ କରିବା —To borrow.