Jump to content

କାଣ୍ଡିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଣ୍ଡିଆ
ଉଚ୍ଚାରଣ: Kāṇḍiā
আটাকাটি लासाकाडि

ଦେ. ବି —

୧: ଅଠାକାଣ୍ଡିଆ; ପକ୍ଷୀଙ୍କୁ ନଳଦ୍ବାରା ଧରିବା ପାଇଁ ବ୍ୟବହୃତ ଅଠାଯୁକ୍ତ କାଠି — ୧. A stick smeared with bird-lime to catch birds with; a bird-twig.

ବ୍ୟାଧ ଯେଉଁ ରୂପରେ କାଣ୍ଡିଆ ପକାଇ; ତୁନି ହୋଇଥାଏ ସେରୂପେ ତୁନି ହୋଇ—କୃଷ୍ଣସିଂହ. ମହାଭାରତ. ବନ

୨: ଚାଳଘରର ରୁଅମାନଙ୍କୁ ଶୃଙ୍ଖଳାବଦ୍ଧଭାବରେ ରଖିବା ପାଇଁ ଫୋଡ଼ ଭିତର ବାଟେ ଦିଆ ଯାଇଥିବା ମୂଳି ବାଉଁଶର ସରୁ ଓ ଛୋଟ ଖଣ୍ଡମାନ — ୨. Small bits of bamboo thrust into the eyes of rafters of rafter of a thatched house to keep the rafters in a row.

ଦେ. ବିଣ. (ସଂ. କଣ୍ଡିତ) —

୧: . ତୁଷ ଆଦି ପରିଷ୍କୃତ ହୋଇଥିବା (ଶସ୍ୟାଦି) — ୧. (grains) Cleansed of husks.

ଜଳଖିଆ ପାଇଁ ଆଚ୍ଛା କାଣ୍ଡିଆ ସରୁଚୂଡ଼ା ହୁଅନ୍ତା— ଫକୀରମୋହନ. ଛମାଣଆଠଗୁଣ୍ଠ

୨: ଧାନ କୁଟା ହେବା ପରେ ଶେଷଥର କଣ୍ଡା ହେବା ଓ ଉତ୍ତମରୂପେ କୁଟା ହେବା ଯୋଗୁଁ ଉତ୍ପନ୍ନ (କୁଣ୍ଡା) — ୨. (husks) Produced after the final husking of paddy.