Jump to content

କାଣ୍ଡିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଣ୍ଡିବା
ଉଚ୍ଚାରଣ: Kāṇḍibā

ଦେ. କ୍ରି. (ସଂ. କଣ୍ଡ ଧାତୁ) —

୧: ପ୍ରହାର କରିବା; କୁଟ୍କାଣ୍ଡ କରିବା — ୧. To cudgel; to beat; to give sound blows.

୨: ଚାଉଳ ବା ଡାଲିରୁ କୁଣ୍ଡା ଓ ବୋଳ ବାହାର କରିବା ନିମନ୍ତେ କୁଟିବା — ୨. To cleanse rice, dal etc. of its husk by gentle pestling; to husk.

୩: (ଲକ୍ଷଣାର୍ଥ) ମାର୍ଜିତ କରିବା; ଉନ୍ନତି କରିବା — ୩. To rectify; to improve.

ଜ୍ଞାନକୁ କାଣ୍ଡିବେ ୟାହା ଡାକୁଅଛି ପଦ—ପ୍ରାଚୀ. ବ୍ରହ୍ମନିରୂପମଗୀତା

୪: (ମେଘ) ଗୁଡ଼ାଏ ବର୍ଷା କରିବା — ୪. To rain cats and dogs.

୫: ପରାଭବ ଦେବା; ଅତ୍ୟାଚାର କରିବା — ୫. TO oppress.

୬: କାଣ୍ଡିବା ବା ଗଦା କରିବା; ରାଶୀକୃତ କରିବା — ୬. To amass; to heap up.