କାତରା
କାତରା —
ଉଚ୍ଚାରଣ: Kātarā
ଦେ. ବି. (ଅ. କାତାର୍= ପଂକ୍ତି; ଶ୍ରେଣୀ) —
୧: ଧୂଆଁପତ୍ର ମେଣ୍ଟାର ଏକ ଫାଳ — ୧. One fold of plaited tobacco-leaves strung together double.
୨: କଦଳୀ କାନ୍ଦିର ଫେଣା —୨. One group of plantains in a big bunch.
୩: କଦଳୀ କାନ୍ଦୀର ଅଗ ଫେଣାରେ ଥିବା କ୍ଷୁଦ୍ର କଦଳୀ — ୩. Small and dwarf plantains at the end of a bunch.
୪: ସୋହ୍ଲରୁ ଅତି ପାତଳା ହୋଇ କଟା ୟାଉଥିବା ପାତିଆ — ୪. Thin slice cut from a piece of sola.
୫: ପିକା ଉପରେ ଗୁଡ଼ିଆ ୟାଉଥିବା ଧୂଆଁପତ୍ର — ୫. Tobacco-leaf laid over a cigar as a cover.
୬: ତେଲିଙ୍କ ଘଣାର ଗଣ୍ତିର ଅଣ୍ଟାରେ ଲାଗିଥିବା ଲମ୍ବ ପଟା, ୟହିଁରେ ମୂଳପାଖ ଗଣ୍ତି ଚାରିପାଖେ ବୁଲେ ଓ ଅଗପାଖରେ ଘଣାବଳଦକୁ ଚଳାଇବା ଲୋକ ବସେ କିମ୍ବା କେହି ନ ବସିଲେ ଗୋଟାଏ ପଥର ଲଦା ହୁଏ — ୬. A broad plank which revolves round the centre piece of an oil mill and on the end of which the driver takes his seat.
কাতারী
कतार
ଦେ. ବିଣ. ସ୍ତ୍ରୀ —
କାତରର ସ୍ତ୍ରୀଲିଙ୍ଗ — Feminine of Kātara