କାତୁଆ
ଦେଖଣା
କାତୁଆ —
ଉଚ୍ଚାରଣ: Kātuā
ଦେ. ବି (ସଂ. କର୍ତ୍ତନ) —
୧: (ଥଟାରୀଙ୍କ ବ୍ୟବହୃତ ଶବ୍ଦ) କଂସା ପିତ୍ତଳ ଆଦିର ପତ୍ର କାଟିବା ପାଇଁ ବ୍ୟବହୃତ ଦାଆପରି ଶତ୍ସ (ଏଥିରେ କାଠବେଣ୍ଟ ଲାଗିଥାଏ) ୧. A scythe-like knife with wooden handle for cutting thin metal plates.
୨: କୃଷକମାନଙ୍କର ପାତଳ ସାବଳ ଆକୃତିବିଶିଷ୍ଟ ଶସ୍ତ୍ର; କାଠର ଖଣତି —୨. A wooden spade or hoe.
[ଦ୍ର—ଖଣିଜ ଅଗରେ ଲୁହା ଲାଗିଥାଏ, ମାତ୍ର କାତୁଆ କେବଳ କାଠରେ ତିଆରି]
ପ୍ରାଦେ. (ସମ୍ବଲପୁର) ବି —
ମାଟି ଠେଲା କାଟିବା କାଷ୍ଠନିର୍ମିତ ଶସ୍ତ୍ର ବିଶେଷ —A wooden instrument for cutting sods of earth.