କାତ୍ଯ
ଦେଖଣା
କାତ୍ୟ —
ଉଚ୍ଚାରଣ: Kātya
ସଂ. ବି. ପୁଂ(କତ=ମୁନବିଶେଷ+ଅପତ୍ୟାର୍ଥରେ. ୟ; କତଋଷିଙ୍କ ଗୋତ୍ରସଂଭୂତ) —
୧: ହିନ୍ଦୁ ଧର୍ମଶାସ୍ତ୍ରପ୍ରବେଣତା ମୁନିବିଶେଷ; କାତ୍ୟାୟନମୁନି —୧. A sage, author of a treatise on Hindu Law; Kātyāyan.
୨: ବରରୁଚି; ବ୍ୟାକରଣର ପ୍ରସିଦ୍ଧ ବାର୍ତ୍ତିକାକାର — ୨. Name of a renowned commentator on sanskrit grammar.
[ଦ୍ର—କତ ଋଷିଙ୍କ ଗୋତ୍ରପ୍ରସ୍ତୁତ ବାତ୍ୟାୟନ ନାମଧାରୀ ତିନି ଜଣ ବ୍ୟକ୍ତି ଥିଲେ
୧: ବିଶ୍ବାମିତ୍ର ବଂଶଜ; ଏ ଶୌତ ସୂତ୍ର, ଗୃହ୍ୟ ସୂତ୍ର ଓ ପ୍ରତିହାର ସୂତ୍ରର ପ୍ରଣେତା
୨: ଗୋଭିଳଙ୍କ ପୁତ୍ର; ଏ ଗୃହ୍ୟ ସଂଗ୍ରହ ଓ ଛନ୍ଦୋପରିବିଶିଷ୍ଟ ବା କର୍ମପ୍ରଦୀପର ପ୍ରଣେତା
୩: ସୋମଦତ୍ତଙ୍କ ପୁତ୍ର ବରରୁଚି; ଏ ପାଣିନିସୂତ୍ରର ପ୍ରସିଦ୍ଧ ବାର୍ତ୍ତିକକାର ହି. ଶବ୍ଦସାଗର]