କାଦପାଣି
କାଦପାଣି —
ଉଚ୍ଚାରଣ: Kādapāṇi
কাদাজ
कोचड़पानी
ଦେ. ବି. (ସଂ. କର୍ଦମ ଓ ପାନୀୟ) —
୧: କର୍ଦମାକ୍ତ ଜଳ; ପଙ୍କୁଆ ପାଣି — ୧. Muddy water.
୨: ବିବାହର ଚଉଠି ଦିନ ବର କନ୍ୟା ନଗର ଭ୍ରମଣ କରି ପୋଖରୀରେ ଏକତ୍ର ସ୍ନାନ କରି ଯେଉଁ ଜଳ— କ୍ରିଡ଼ା କରନ୍ତି; ନଗରସ୍ନାନ — ୨. A sport in water by the bride and bridegroom together in a tank on the fourth day of marriage.
୩: ବିବାହର ପ଼ଞ୍ଚମ ଦିବସ (ଗୋପୀନାଥ ନନ୍ଦ) — ୩. The fifth day of marriage.
ତେତ୍ତିଶ କୋଟି ଦେବଙ୍କ କନ୍ୟା ବିଭା ହେଲା, ଚଉଠି କାଦପାଣି ସାତମଙ୍ଗଳା କଲା ପୀତାମ୍ବର. ନୃସିଂହପୁରାଣ
কাদামাটিখেলা,
কাদাপাণি, কাদা
୪: ରଜସ୍ବାଳା ବଙ୍ଗୀୟ ବାଳିକାର ପ୍ରଥମ ରଜୋ— ଦର୍ଶନ ପରେ ଶୁଦ୍ଧସ୍ନାନ ସମୟରେ ପ୍ରତି— ବେଶିନିମାନଙ୍କ ସଙ୍ଗେ ପାଣିରେ ପଶି କାଦୁଅ ଫୋଫାଡ଼ା— ଫୋଫାଡ଼ି ହୋଇ ପରସ୍ପର ଆମୋଦ ବା କ୍ରିଡ଼ା କରିବା ଉତ୍ସବ — ୪. A custom in bengal of woman sporting in water and throwing mud at each other on the fourth day of a girl's first menses.
୫: ବଙ୍ଗଦେଶରେ ଦୁର୍ଗାପୁଜାର ତୃତୀୟ ଦିନ ପ୍ରତିବେଶୀ ଓ ବଦ୍ଧୁମାନେ ପାଣିରେ ପଶି ପରସ୍ପର କାଦୁଅ ଫିଙ୍ଗାଫିଙ୍ଗି ହେବା ପ୍ରଥା — ୫. A custom of throwing mud at each other in sports on the third day of Durgā pūjā.