କାନ

ଉଇକିଅଭିଧାନ ରୁ
Jump to navigation Jump to search

ଶବ୍ଦାର୍ଥ:

କାନ
ଉଚ୍ଚାରଣ: Kāna
কান कान

ଦେ. ବି.—(ସଂ. କର୍ଣ୍ଣ; ପ୍ରା. କାଣ୍ଣ) —

୧: କର୍ଣ୍ଣ — ୧. Ear.

୨: କାନକୁ ଘୋଡ଼ାଇ ରଖିଥିବା କାନର ଆକାରବିଶିଷ୍ଟ ସୁନାର ଅଳଙ୍କାର —A gold ear-ornament covering the ear.

୩: ବେହେଲା ଓ ସିତାରଆଦି ୟନ୍ତ୍ରର ତାର ଯେଉଁ ଖିଲରେ ବନ୍ଧା ହୋଇ ଗୁଡ଼ା ଯାଇ ଥାଏ —୩. The pin on which the end of the string of a guitar or violin is tied.

୪: (ପ୍ରାଚୀନ ପ୍ରଯୋଗ; ସଂ. କୃଷ୍ଣ; ପ୍ରା. କାହ୍ନୁ)—କାହ୍ନୁ; ଶ୍ରୀକୃଷ୍ଣ —A name of Ṡrīkṛushṇa.

ଶ୍ରୀ ଗୋପୀକାନ ଗୋପୀଙ୍କ ଧନ, ଗୋପୀନାମ ଧରି ଦେଲେ ବଇଁଶୀ ସ୍ବନ ପ୍ରାଚୀ. ରହସ୍ୟମଞ୍ଜରୀ

୫: ତୋପ ବା ବନ୍ଧୁକର ଯେଉଁ ସ୍ଥାନରେ ନିଆଁ ଧରାଇ ଦିଆ ଯାଏ; ରଞ୍ଜକଦାନୀ —The touch-hole at the breech of a gun or cannon.