Jump to content

କାନ୍ତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନ୍ତ
ଉଚ୍ଚାରଣ: Kānta
(କାନ୍ତା—ସ୍ତ୍ରୀ)

ସଂ. ବିଣ. (କମ ଧାତୁ=ବାଞ୍ଚା କରିବା+କର୍ମ. ତ) —

୧: କମନୀୟ; ମନୋହର — ୧. Pleasing; lovely; charming.

୨: ଶୋଭନ —୨. Amiable; beautiful.

୩: ପ୍ରିୟ —୩. Dear; beloved.

୪: କୋମଳ —୪. Soft.

୫: ଯେଉଁ ଶବ୍ଦ ଶେଷରେ କ ଅକ୍ଷର ଥାଏ — ୫. (a word) Having the letter 'Ka' at the end.

ସଂ. ବି. ପୁଂ —

୧: ସ୍ବାମୀ —୧. Husband.

୨: ପ୍ରଣୟୀ —୨. Lover; sweet-heart.

୩: ଚନ୍ଦ୍ର —୩. Moon.

୪: କାନ୍ତି —୪. Beauty of formation.

୫: ବସନ୍ତ ଋତୁ —୫. Spring season.

୬: କୁଙ୍କୁମ; ଜାଫ୍ରାନ —୬. Saffron.

୭: ତଳାଲୁହା —୭. Cast iron.

୮: ଶୋଧିତ ଲୌହ —୮. Refined iro.

୯: ପ୍ରସ୍ତର (ପ୍ରବୃତିବାଦ) [ଦ୍ର—ଏହି ଅର୍ଥରେ ଏହି ଶବ୍ଦ ପୂର୍ବରେ ଚନ୍ଦ୍ର, ସୂର୍ଯ୍ୟ, ଅୟଃ ଶବ୍ଦ ବ୍ୟବହୃତ ହୁଏ, ଯଥା— ଚନ୍ଦ୍ରକାନ୍ତ, ସୂର୍ଯ୍ୟକାନ୍ତ, ଅୟସ୍ନାନ୍ତ] — ୯. Stone (when joined to the words chandra, sūrjya and ayas.

୧: ଲୌହ; ଲୁହା (ପ୍ରକୃତିବାତ) —୧. Iron.

[ଦ୍ର—କାନ୍ତଲୌହର ଭସ୍ମ ଆଯୁର୍ବେଦୋକ୍ତ ଔଷଧ ପ୍ରସ୍ତୁତ କରିବା ପାଇଁ ଦରକାର ହୁଏ ବୈଦ୍ୟଶାସ୍ତ୍ର ଅନୁସାରେ କାନ୍ତ- ଲୌହକୁ ଚିହ୍ନିବାର ଲକ୍ଷଣ ଏହି କି, ଏ ପାତ୍ରରେ ଗରମପାଣି ରଖି ତହିଁରେ ତୈଳବିନ୍ଦୁ ପକାଇଲେ ସେ ବିନ୍ଦୁ ମେଲିଯାଏ ନାହିଁ, ଏଥିରେ ଦୁଧ ଆଉଟିଲେ ସର ପାତ୍ରଦେହରେ ନ ଲାଗି ମଝିରେ ଜମା ହୁଏ ଓ ଏଥିରେ ଖଟା ଜିନିଷ ଉକେଇ ଯାଏ ନାହିଁ ହି. ଶବ୍ଦସାଗର]

ଦେ. ବି —

ରାଧାକାନ୍ତ, ଶ୍ୟାମାକାନ୍ତ, ଲକ୍ଷ୍ମୀକାନ୍ତ ଆଦିଙ୍କ ଡାକନାମ - Names for calling Rādhākānta etc.

[ଦ୍ର—ସ୍ବାମୀ ଅର୍ଥରେ ଏହି ଶବ୍ଦ ପୂର୍ବେ ରାଧା, ଶ୍ୟାମା, ଲକ୍ଷ୍ମୀ, ଉମା, ଛାୟା ,ରମା, କମଳା, ଆଦି ଶବ୍ଦ ଯୋଗ ହୁଏ ଓ ତତ୍ତତ୍ ନାମରେ ଲୋକଙ୍କ ନାମକରଣ ମଧ୍ୟ କରାଯାଏ]